ଡିଜିଏମଓ ବୈଠକରେ କଅଣ ହେଲା ଆଲୋଚନା- ବାହିରିଲା କି କିଛି ନିଷ୍କର୍ସ

ଡିଜିଏମଓ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ହଟ୍ ଲାଇନରେ ତୃଟି ଲାଗି ଆଲୋଚନା ବିଳମ୍ୱ ହୋଇଥିଲା। ଆପୋଷ ବୁଝାମଣାରେ ସମସ୍ତ ମିଲିଟାରି ଆକ୍ସନ ଉପରେ ରୋକ୍ ଲାଗିବା ନେଇ ଉଭୟ ପକ୍ଷ ଭିତରେ କଥାବାର୍ତ୍ତା ହେବାର ଥିଲା। ଆଗ ଦିନ ୧୨ଟାରେ ସମୟ ସ୍ଥିର ହୋଇଥିଲା। ପରେ ଅପରାହ୍ନ ସାଢ଼େ ୨ଟାକୁ ଘୁଞ୍ଚିଥିଲା। ତା ପରେ ୫ଟାକୁ ଏହି ସମୟ ଘୁଞ୍ଚିଥିଲା। ପୁଣି ସଂଧ୍ୟା ସାଢ଼େ ୬ଟା ସୁଦ୍ଧା ଆଲୋଚନା ଆରମ୍ଭ ହୋଇଥିଲା।  ଡିଜିଏମଓ ସ୍ତରରେ ତିନୋଟି ଏଗ୍ରିମେଣ୍ଟ ଉପରେ କଥାବାର୍ତ୍ତା ହୋଇଥିବା କୁହାଯାଉଛି। ଭାରତର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଥିଲେ, ଉଭୟ ପଟୁ କୌଣସି ଗୁଳିବର୍ଷା ହେବନି। ସାଧାରଣ ନାଗରିକଙ୍କୁ କୌଣସି ଟାର୍ଗେଟ କରାଯିବନି। ଡ୍ରୋନ୍ ହମଲା ହେବନି। ପାକିସ୍ତାନ ଡିଜିଏମଓ ମେଜର ଜେନେରାଲ କାସିଫ ଅନ୍ଦୁଲ୍ଲାହ ଦାବି କରିଛନ୍ତି ଯେ, ପାକିସ୍ତାନକୁ କଶ୍ମୀରକୁ ଟେକିଦେବା, ସିନ୍ଧୁଜଳ ଚୁକ୍ତିକୁ ପୁଣି ପୁନର୍ବାହାଲ କରିବା ଓ ଆକ୍ରମଣ ଲାଗି କ୍ଷମା ମାଗିବା। ଭାରତ ବି ଦାବି କରିଛି ଯେ, ପାକ୍ ଅଧିକୃତ କଶ୍ମୀର ବା ପିଓକେକୁ ଭାରତକୁ ଫେରାଇ ଦେବା ସହ ସିନ୍ଧୁଜଳ ଚୁକ୍ତି ନିଲମ୍ୱନ ପ୍ରକ୍ରିୟା ଜାରି ରହିବ। ତେବେ ମିଲିଟାରି ଅପରେସନ ମହାନିର୍ଦେଶକଙ୍କ ଭିତରେ ଏଭଳି ଆଲୋଚନାରୁ କୌଣସି ସୁଫଳ ନ ମିଳିଲେ ପୁଣି ଯୁଦ୍ଧକୁ ଓହ୍ଲାଇପାରନ୍ତି ଦୁଇ ରାଷ୍ଟ୍ର ବୋଲି ଚର୍ଚ୍ଚା ହେଉଛି। ସେନା ବି ଆଜି ପ୍ରେସବ୍ରିଫରେ କହିଦେଇଥିଲା ଯେ, ସେନାର ଲଢ଼େଇ ଆତଙ୍କବାଦ ବିରୁଦ୍ଧରେ। ପାକିସ୍ତାନ ସେନା ବିରୁଦ୍ଧରେ ନୁହେଁ। ପାକିସ୍ତାନରେ ଯାହା ବି ଧ୍ୱସ୍ତ ହୋଇଛି, ସେଥିଲାଗି ପାକ୍‌ ସେନା ଦାୟୀ। ତେବେ ଡିଜିଏମଓ ସ୍ତରରେ ଆଉ କେଉଁ ପୃଷ୍ଠଭୂମି ଉପରେ ଆଲୋଚନା ହୋଇଛି, ତାହାର ସ୍ପଷ୍ଟତା ଆଉ କିଛି ସମୟ ପରେ ସାମ୍ନାକୁ ଆସିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *