ବାପ-ପୁଅ ସାଙ୍ଗରେ ପିନ୍ଧିଲେ ପୁଲିସ ବର୍ଦ୍ଦି

ଏକାସାଙ୍ଗରେ ବାପ ପୁଅ ପରୀକ୍ଷା ଦେଲେ। ଆଉ ପାସ୍ ବି ହେଲେ। ଆଉ ଏକା ସାଙ୍ଗରେ ଚାକିରୀ ବି ପାଇଲେ। ୟୁପିର ହାପୁଡର ଉଦୟପୁର ନଙ୍ଗଲା ଗାଁରେ ପିତା ୟଶପାଲ ଓ ପୁଅ ଶେଖରଙ୍କୁ ନେଇ ସବୁଠି ଚର୍ଚ୍ଚା। ସେନାରେ ୧୬ ବର୍ଷ ଧରି ସେବା କରିବା ପରେ ଅବସର ନେଇଥିଲେ ୟଶପାଲ। ପୁଅ ଶେଖର ସହ ସେ ୟୁପି ପୁଲିସରେ ଭର୍ତ୍ତି ହେବାକୁ ଦେଇଥିବା ପରୀକ୍ଷାରେ ଚୟନ ହୋଇଛନ୍ତି। ବାପ-ପୁଅ ଦୁହେଁ ପୁଲିସ ସେବା ଲାଗି ଚୟନ ହୋଇଥିବାରୁ ଗାଁରେ ଖୁସିର ମାହୋଲ ଖେଳିଯାଇଛି। ୟଶପାଲଙ୍କ ବୟସ ୪୧ ଓ ପୁଅ ଶେଖରର ବୟସ ୧୮। ଦୁହେଁ ପୁଲିସ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିଲେ। ପରସ୍ପରର ଡାଉଟ୍ କ୍ଲିଅର ସହ ବିଳମ୍ୱିତ ରାତି ଯାଏ ପଢ଼ୁଥିଲେ ବାପ-ପୁଅ। ୟଶପାଲ ୧୮ ବର୍ଷ ବୟସରେ ୨୦୦୩ରେ ସେନାରେ ଭର୍ତ୍ତି ହୋଇଥିଲେ। ୨୦୧୯ରେ ଅବସର ଗ୍ରହଣ କରିଥିଲେ। ଚାକିରୀରୁ ଅବସର ପରେ ବି ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ଥିଲେ ଓ ଶରୀରକୁ ପୁରା ଫିଟ୍ ଓ ଫାଇନ୍ ରଖିଥିଲେ। ପୁଅକୁ ବି ଶାରୀରିକ ଫିଟ୍ ରଖିବାକୁ ନିୟମିତ ଦୌଡ଼ ଓ ବ୍ୟାୟାମ କରାଉଥିଲେ। ୨୦୨୩ରେ ୟୁପି ପୁଲିସରେ ନିଯୁକ୍ତି ଲାଗି ବିଜ୍ଞପ୍ତି ଜାରି ପରେ ଉଭୟ ଫର୍ମ ଫିଲପ୍ କରି ଅନଲାଇନରେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏବେ ନିଯୁକ୍ତି ପତ୍ର ପାଇବା ବେଳେ ଦୁହେଁ ଗୋଟିଏ ବ୍ୟାଚରେ ଚୟନର ଚର୍ଚ୍ଚା ସବୁଠି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *