ପୁନେ ବୋମା ବିସ୍ଫୋରଣ ଘଟଣାରେ ବିଦେଶୀର ହାତ : ଆତଙ୍କୀଙ୍କୁ ସହଯୋଗ କରୁଥିବା ଯନ୍ତ୍ରୀ ଗିରଫ

Spread the love

ମୁମ୍ବାଇ : ପୁନେ ବୋମା ବିସ୍ଫୋରଣ ଘଟଣାରେ ବିଦେଶୀଙ୍କ ହାତ ଥିବା ଆତଙ୍କବାଦୀ ନିରୋଧି ଦଳ (ଏଟିଏସ) ଜାଣିବାକୁ ପାଇଛି । ଯଦିଓ ଏହି ବିଦେଶୀଙ୍କ ନାମ ସାର୍ବଜନିନ କରାଯାଇନାହିଁ, କିନ୍ତୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଘଟଣାରେ ଗିରଫ ହୋଇଥିବା ମେକାନିକାଲ ଇଞ୍ଜିନିୟରକୁ ପଚରା ଉଚରା ବେଳେ ସେ ଏଥିପାଇଁ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇଥିବା ଏଟିଏସ ଜାଣିବାକୁ ପାଇଛି ।

ଏଟିଏସ ଟିମ୍ ଶନିବାର ରତ୍ନାଗିରି ଜିଲ୍ଲାରୁ ଏହି ମେକାନିକାଲ ଇଞ୍ଜିନିୟର ନିସାବ ନସରୁଦ୍ଦିନ କାଜି (୨୭)କୁ ଗିରଫ କରିଛି । ତାର ବ୍ୟାଙ୍କ ଖାତାରୁ କେତେକ ଆତଙ୍କବାଦୀଙ୍କ ନିକଟକୁ ଟଙ୍କା ପଠାଯାଉଥିବା ତଦନ୍ତ ବେଳେ ଏଟିଏସ ଜାଣିବାକୁ ପାଇଛି ।

ମାମଲାରେ ଏଟିଏସ ନସରୁଦ୍ଦିନକୁ ଗିରଫ କରିବା ପୂର୍ବରୁ ମହମ୍ମଦ ୟୁନୁସ ମହମ୍ମଦ ୟାକୁ ସାକି (୨୪), ମହମ୍ମଦ ଇମ୍ରାନ ମହମ୍ମଦ ୟୁସୁଫ ଖାନ୍ (୨୩) ଏବଂ ଅବଦୁଲ କାଦିର ଦସ୍ତଗିର ପଠାନ (୩୨)ଙ୍କୁ ମଧ୍ୟ ପଚରା ଉଚରା କରିଛି । ସମ୍ପୃକ୍ତ ୪ ଜଣଙ୍କ ବିରୋଧରେ ପୁନେ ବୋମା ବିସ୍ଫୋରଣ ଷଡ଼ଯନ୍ତ୍ର ରଚିବା ନେଇ ଅଭିଯୋଗ ରହିଛି ।

Leave a Reply

Your email address will not be published. Required fields are marked *