ଇଡି ରେଡ୍

Spread the love

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମଙ୍ଗଳବାର ଇଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଚଢାଉ। ନାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡିର ଏହି ଚଢାଉ ହେଉଛି। ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ବାରା ଅଭିଯୋଗ ହୋଇଥିଲା କି, ନାସନାଲ ହେରାଲ୍ଡ ପ୍ରକାଶ ପାଇଁ ପ୍ରତିଷ୍ଠିତ ଆସୋସିଏଟ ଜର୍ଣ୍ଣାଲ ଲିମିଟେଡ ସଂସ୍ଥାର ସମସ୍ତ ସମ୍ପତ୍ତିକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଷଡଯନ୍ତ୍ର କରି ୟଙ୍ଗ ଇଣ୍ଡିଆ ପାଇଭେଟ ଲିମିଟେଡ ନାମକ ସଂସ୍ଥାକୁ ଟ୍ରାନ୍ସଫର କରିଥିଲେ, ଯେଉଁ ସଂସ୍ଥାରେ ଉଭୟ ଗାନ୍ଧୀ ସେୟାର ହୋଲ୍ଡର ରହିଛନ୍ତି ଓ ସେମାନଙ୍କ ନିକଟରେ ୩୮ ପ୍ରତିଶତ ଲେଖା ସେୟାର ରହିଛି। ଏହାକୁ ନେଇ ପ୍ରିଭେନ୍ସନ ଅଫ  ମନି ଲଣ୍ଡରିଂ ଆକ୍ଟ ବା ପିଏମଏଲଏରେ ବେଆଇନ ଅର୍ଥ ହେରଫେର ମାମଲା ଦାୟର ହୋଇ ପୂର୍ବରୁ ଆଇଟି ତଦନ୍ତ କରୁଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ଚାଲିଛି। ଏହା ପୂର୍ବରୁ ଇଡି ପକ୍ଷରୁ ପ୍ରଥମେ ରାହୁଲ ଗାନ୍ଧୀ ଓ ପରେ ସୋନିଆଙ୍କୁ ଜେରା କରାଯାଇଥିଲା।

Leave a Reply

Your email address will not be published. Required fields are marked *