ଭାରତୀୟ ନୌସେନାର ପ୍ରଥମ ଫାଇଟର ପାଇଲଟ ହେବେ ଆସ୍ଥା ପୁନିଆ

ଭାରତୀୟ ନୌସେନାରେ ପ୍ରଥମ ଫାଇଟର ପାଇଲଟ ହେବେ ଆସ୍ଥା ପୁନିଆ। ସବ ଲେଫ୍ଟନାଣ୍ଟ ଆସ୍ଥା ପୁନିଆ ପ୍ରଥମ ମହିଳା ଭାବେ ଏହି ତାଲିମ୍ ଶେଷ କରିଛନ୍ତି। ଓ୍ୱିଙ୍ଗସ ଅଫ ଗୋଲ୍ଡ ହାସଲ କରିଛନ୍ତି ଆସ୍ଥା। ଲେଫ୍ଟନାଣ୍ଟ ଅତୁଲ କୁମାର ଧୁଲି ଓ ଆସ୍ଥା ପୁନିଆ ସମ୍ମାନଜନକ ଓ୍ୱିଙ୍ଗସ ଅଫ ଗୋଲ୍ଡ ପାଇଛନ୍ତି। ନାଭାଲ ଆଭିଏସନରେ ନୂଆ ଚାପ୍ଟର ଆରମ୍ଭ ହୋଇଛି। ନାଭାଲ ଆଭିଏସନରେ ଫାଇଟର ଷ୍ଟ୍ରିମ ପ୍ରଥମ ମହିଳା ହେବେ ଆସ୍ଥା ପୁନିଆ। ସେକେଣ୍ଡ ବେସିକ୍ ହକ କନଭର୍ସନ କୋର୍ସରେ ଗ୍ରାଜୁଏସନ କରିଛନ୍ତି ଆସ୍ଥା। ଭାରତୀୟ ନୌସେନା ମହିଳା ଅଫିସରଙ୍କୁ ପାଇଲଟ, ନାଭାଲ ଏୟାର ଅପରେସନ ଓ ହେଲିକେପ୍ଟରରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇସାରିଛି। ଭାରତୀୟ ନୌସେନା ସମାନତା ଉପରେ ବିଶ୍ୱାସ କରି ଏହି ପଦକ୍ଷେପ ନେଇଛି। ନାରୀଶକ୍ତିକୁ ପ୍ରମୋଟ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *