ଅପରେସନ ‘ସିନ୍ଦୂର କୁ ନେଇ MEA ପ୍ରେସ୍ବ୍ରିଫ୍ରେ କହିଛନ୍ତି ଯେ, ୮-୯ ତାରିଖ ରାତିରେ ପାକିସ୍ତାନ ଏକାଧିକ ସ୍ଥାନରେ ଆକ୍ରମଣ କରିଛି। ଆମ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଛି ପାକିସ୍ତାନ। LOCରେ ପାକିସ୍ତାନ ଗୁଳି ବର୍ଷଣ କରିଛି। କିନ୍ତୁ ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଛି ଭାରତ। ପାକିସ୍ତାନ ଅନୁପ୍ରବେଶ ଉଦ୍ୟମ ମଧ୍ୟ କରିଥିଲା ବୋଲି MEA କହିଛି।ଭାରତର ଧାର୍ମିକ ଅନୁଷ୍ଠାନ ଉପରେ ପାକିସ୍ତାନ ଆକ୍ରମଣ କରୁଥିବା ନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ପାକିସ୍ତାନ ଗୁରୁଦ୍ବାରା, ଚର୍ଚ୍ଚ ଉପରେ ଆକ୍ରମଣ କରୁଛି। ଏକ ଖ୍ରୀଷ୍ଟିଆନ୍ ସ୍କୁଲକୁ ଟାର୍ଗେଟ କରିଛି ପାକିସ୍ତାନ। ଯେଉଁଥିରେ ୨ ଜଣ ପ୍ରାଣ ହରାଇଛନ୍ତି। ଭାରତରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ। ଆକ୍ରମଣ ପାଇଁ ପାକିସ୍ତାନ ବେସାମରିକ ବିମାନ ବ୍ୟବହାର କରୁଛି । ଏବଂ ତୁର୍କି ଡ୍ରୋନ୍ ମଧ୍ୟ ବ୍ୟବହାର କରୁଛି। ଭାରତ ଉପରେ ୫୦୦ ଛୋଟ ଡ୍ରୋନ୍ ଛାଡ଼ିଥିଲା ପାକିସ୍ତାନ । ଭାରତର ବିଭିନ୍ନ ୨୪ଟି ସହର ଉପରକୁ ଛାଡ଼ିଥିଲା ଡ୍ରୋନ୍ । ଗତକାଲି ରାତି ୮ରୁ ସାଢ଼େ ୧୧ଟା ଭିତରେ ଡ୍ରୋନ୍ ଛାଡ଼ିଥିଲା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now