ଲାଲକିଲ୍ଲାରୁ ମୋଦିଙ୍କ ସନ୍ଦେଶ..

୭୯ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଲାଲକିଲ୍ଲାରେ ଲଗାତାର ୧୨ଥର ତ୍ରିରଙ୍ଗା ଉଡ଼ାଇଛନ୍ତି ମୋଦି। ଏଥର ୧୦୩ ମିନିଟର ଲମ୍ୱା ଭାଷଣ ଦେଇଥିଲେ। ଅପରେସନ ସିନ୍ଦୂରରୁ ଅଭିଭାଷଣ ଆରମ୍ଭ କରିଥିଲେ ମୋଦି। ଅପରେସନ ସିନ୍ଦୂର ଉପରେ କେବଳ ୧୩ ମିନିଟରୁ ଅଧିକ କହିଥିଲେ। ଯଦି ଆତ୍ମନିର୍ଭର ହୋଇନଥାଆନ୍ତେ, ଅପରେସନ ସିନ୍ଦୂର ଏତେ ଦ୍ରୁତ ଗତିରେ କରିପାରିନଥାଆନ୍ତେ। ଏହି କାରଣରୁ ଶତ୍ରୁ ଜାଣିପାରିଲାନି, କେଉଁ ଅସ୍ତ୍ର ସେମାନଙ୍କୁ ନିପାତ କରୁ଼୍ଛି। ଏହା ପରେ ଆତଙ୍କବାଦ, ସିନ୍ଧୁ ବୁଝାମଣା, ଆତ୍ମନିର୍ଭରତା, ମେଡ୍ ଇନ ଇଣ୍ଡିଆ, ନକ୍ସଲବାଦ ଓ ଅବୈଧ ଅନୁପ୍ରବେଶକୁ ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ଦିବସରେ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଚଳିତ ଦିପାବଳୀରେ ସରକାର ଜିଏସଟିରେ ସଂସ୍କାର ଆଣିବେ। ଏଥିରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିବ। ଆଜିଠୁ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଲାଗୁ ହୋଇଛି। ୧ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଏହି ଯୋଜନାରେ ପ୍ରଥମ ଚାକିରୀ ପାଇଥିବା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ୧୫ହଜାର ଟଙ୍କା ଦିଆଯିବ। କମ୍ପାନୀକୁ ବି ଯିଏ ଅଧିକ ରୋଜଗାର ଦେବ, ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ। ଏହି ଯୋଜନାରେ ପ୍ରାୟ ୩.୫ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପ୍ରତିରକ୍ଷାକୁ ମଝଭୁତ କରିବାକୁ ସୁଦର୍ଶନ ଚକ୍ର ମିଶନ ଆରମ୍ଭ ହେବ। ପ୍ରଥମ ଥର ନିଜ ଅଭିଭାଷଣରେ ଆରଏସଏସର କଥା ଉଠାଇଥିଲେ ମୋଦି। ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣର ସଂକଳ୍ପ ନେଇ ଭାରତ କଲ୍ୟାଣ ଓ ମାତୃଭୂମି ଲାଗି ଜୀବନ ସମର୍ପିତ କରିଆସିଛି ଆରଏସଏସ। ସେବା, ସମର୍ପଣ ସଂଗଠନ ଓ ଅପ୍ରତିମ ଅନୁଶାସନ ଯାହାର ପରିଚୟ ଅଟେ। ଦୁନିଆର ସବୁଠୁ ବଡ଼ ଏନଜିଓ ଅଟେ ଆରଏସଏସ। ୫୦ ବର୍ଷ ତଳେ ସମ୍ୱିଧାନର ଗଳା ଚିପିଦିଆଯାଇଥିଲା। ଦେଶରେ ଏମର୍ଜେନ୍ସି ଲଗାଇଦିଆଯାଇଥିଲା। କୌଣସି ପୀଢ଼ି ସମ୍ୱିଧାନକୁ ହତ୍ୟା କରିଥିବା ପାପୀଙ୍କୁ ଭୁଲିବା କଥା ନୁହେଁ। ସରକାର ଫାଇଲରେ ନୁହେଁ, ଲୋକଙ୍କ ଲାଇଫରେ ରହିବା ଦରକାର। କୌଣସି ବ୍ୟକ୍ତି ଯେଭଳି ଯୋଜନାରୁ ବଞ୍ଚିତ ନ ହେବ, ସେଥିଲାଗି ସମସ୍ତଙ୍କର ପ୍ରୟାସ ହେବା ଜରୁରୀ। ଅଭିଭାଷଣ ପରେ ବିଶେଷ ଅତିଥିଙ୍କୁ ଭେଟିଥିଲେ ମୋଦି। ଏନସିସି କ୍ୟାଡେଟ୍ ଓ ମାଇଁ ଭାରତ ସ୍ୱଂୟସେବକଙ୍କ ସହ ମିଶିଥିଲେ। ପରେ ଜ୍ଞାନପଥରୁ ଫେରିଥିଲେ। ଦେଶବାସୀଙ୍କୁ  ଆତ୍ମନିର୍ଭରତା ଓ ଆତ୍ମବିଶ୍ୱାସର ମନ୍ତ୍ର ଲାଲକିଲ୍ଲାରୁ ଫୁଙ୍କିଛନ୍ତି ପ୍ରଧାନମନ୍ତ୍ରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *