ନେହା ସିଂଙ୍କୁ କୋର୍ଟରୁ ଆଶ୍ୱସ୍ତି। ପହଲଗାଁଓ ଆତଙ୍କି ଆକ୍ରମଣକୁ ନେଇ ଗାୟିକା ନେହା ସୋସିଆଲ ମିଡିଆରେ ପୋଷ୍ଟ କରି ବିବାଦୀୟ ହୋଇପଡ଼ିଥିଲେ। ନେହାଙ୍କ ବିରୁଦ୍ଧରେ ଅପରାଧିକ ଅଭିଯୋଗକୁ ଖାରଜ କରିଦେଇଛନ୍ତି ୟୁପି କୋର୍ଟ। ଅଯୋଧ୍ୟା ଜିଲ୍ଲାର ଅତିରିକ୍ତ ସିଭିଲ ଜଜ୍ ସିନିୟନ ଡିଭିଜନର ବିଚାରପିତ ଏକତା ସିଂ ନେହାଙ୍କ ବିରୁଦ୍ଧରେ ଆଗତ ଅପରାଧିକ ମାମଲା ଆରୋପକୁ ଖାରଜ କରିଦେଇଛନ୍ତି। ନେହା ଦେଶଦ୍ରୋହ ପୋଷ୍ଟ କରିଥିବା ଆରୋପ ଲାଗିଥିଲା। ନେହାଙ୍କ ମିଛ ଓ ବେଆଇନ ମନ୍ତବ୍ୟ ଦେଶକୁ ସିଭିଲ ଓ୍ୱାର ଆଡ଼କୁ ଟାଣିନେବାକୁ ଉଦ୍ୟମ କରୁଛି। ସେଥିଲାଗି ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଅଭିଯୋଗ ହୋଇଥିଲା। ନେହା ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ପହଲଗାଁଓ ଆତଙ୍କି ଆକ୍ରମଣର ପ୍ରତିଶୋଧ ନେବାକୁ କାହିଁକି ବିଳମ୍ୱ ହେଉଛି ବୋଲି କଟାକ୍ଷ କରିଆସୁଥିଲେ। ଯଦି ଗୋଟିଏ ଫୋନ କଲରେ ଅଲଗା ଦେଶର ଯୁଦ୍ଧକୁ ଅଟକାଇଦେଉଛନ୍ତି ମୋଦି। ତା ହେଲେ ନିଜ ଦେଶର ହେଉଥିବା ଆତଙ୍କି ଆକ୍ରମଣକୁ କାହିଁକି ରୋକି ପାରିଲେନି ବୋଲି ଅଙ୍ଗୁଳି ଉଠାଇଥିଲେ ନେହା। ସେପଟେ ଅପରେସନ ସିନ୍ଦୂରର ସଫଳତା ପରେ ନେହା ରାଠୋର ଦେଶଭକ୍ତି ଗୀତ ଗାଇ ଏକ ଚୁଟକି ସିନ୍ଦୁର କି ତାକତ ଦେଖିଦେଲେ ଆତଙ୍କବାଦୀ କହି ଭାରତୀୟ ସେନାର ଭୁରି ଭୂରି ପ୍ରଶଂସା କରିଛନ୍ତି। ଭାରତୀୟ ସେନା ଜିନ୍ଦାବାଦ, ଜୟହିନ୍ଦ୍ ଲେଖି ପୋଷ୍ଟ କରିଛନ୍ତି ନେହା।

Naxatra News is now on Whatsapp
Join and get latest news update delivered to you via whatsapp
Join Now