ଏକ ଚୁଟକି ସିନ୍ଦୂରର ମହତ୍ତ୍ୱ କଅଣ ଜାଣିବେ ମୋଦି। ତେଲେଙ୍ଗାନା କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ଏଭଳି ଢଙ୍ଗରେ ସଂସଦରେ ଅପରେସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କାହିଁକି ପ୍ରଧାନମନ୍ତ୍ରୀ ଦେଢ଼ ଘଣ୍ଟା କାଳ ଧରି ରଖିଥିବା ନିଜ ସମ୍ୱୋଧନରେ ପହଲଗାଁଓ ଆତଙ୍କି ଆକ୍ରମଣରେ ୨୬ ପୀଡ଼ିତଙ୍କ ନାଁ ଧରିନଥିଲେ। ବରଂ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତଙ୍କ ନାଁ ନିଜ ବିବୃତ୍ତିରେ ପଢ଼ିଥିଲେ ସଂସଦରେ। ୨୦୦୭ରେ ଶାହାରୁଖ ଖାନ ଅଭିନୀତ ଫିଲ୍ମ ଓମ୍ ଶାନ୍ତି ଓମ୍ ଫିଲ୍ମର ଡାଇଲଗ ମାରିଥିଲେ ରେଣୁକା। ଏକ ଚୁଟକି ସିନ୍ଦୂର କି କିମତ ତୁମ୍ କ୍ୟା ଜାନୋ ନରେନ୍ଦ୍ର ବାବୁ ବୋଲି କଟାକ୍ଷ କରିଥିଲେ। ମୋଦି ନିକଟରେ ୮ଟି ରାଷ୍ଟ୍ର ଗସ୍ତରେ ଯାଇଥିଲେ। କିନ୍ତୁ ପୀଡିତ ପରିବାକୁ ଭେଟିବାକୁ ସମୟ ଦେଲେନି। ନା ପରିବାରକୁ ଭେଟିଲେ ନା ପୀଡ଼ିତଙ୍କ ନାଁ ନିଜ ବିବୃତ୍ତିରେ ରଖିଲେ। ଏଠାରେ କୁଆଡ଼େ ଗଲା କେନ୍ଦ୍ର ସରକାରଙ୍କ ରାଜନୈତିକ ଇଛାଶକ୍ତି। ଯେତେବେଳେ ଗୁରଦାସପୁର, ପଠାନକୋଟ, ଉରି ଓ ଅନ୍ୟ ଜାଗାରେ ଘଟିଥିବା ଆତଙ୍କି ଆକ୍ରମଣରେ ବି ମୋଦି ସରକାର ସମ୍ୱେଦନଶୀଳ ନଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now