ଋଷ-ୟୁକ୍ରେନ ଯୁଦ୍ଧ ଚରମସୀମାରେ..

ଋଷ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନଠୁ ସବୁଠୁ ବଡ଼ ବିମାନ ଆକ୍ରମଣ କରିଛି ଋଷ। ଏହି ଆକ୍ରମଣରେ ୧୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି, ଯେଉଁଥିଲେ ଶିଶୁ ବି ମଧ୍ୟ ଅଛନ୍ତି ଏବଂ ଆନୁମାନିକ ୮୦ ଜଣ ଆହତ ହୋଇଛନ୍ତି। ମେ ୨୫ ରାତିରେ ରୁଷ ୩୬୭ ଟି ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରିଥିଲା, ଯାହାରୁ ଅଧିକାଂଶକୁ ୟୁକ୍ରେନ୍ ରକ୍ଷା ବ୍ୟବସ୍ଥା ଧ୍ବଂସ କରିଦେଇଛି। କିଭ୍ ସହିତ ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ଏହି ଆକ୍ରମଣର ଟାର୍ଗେଟ ହୋଇଛି। ୮୦ରୁ ଅଧିକ ଆବାସିକ ଘର ଓ ବିମାନ ଆଶ୍ରୟସ୍ଥଳ ନଷ୍ଟ ହୋଇଛି। ଋଷ-ୟୁକ୍ରେନ ଯୁଦ୍ଧ ଚରମସୀମାରେ ପହଞ୍ଚିଛି। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ବିଶ୍ୱ ସମୁଦାୟ ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, “ମୌନତା ହେଉଛି ଆକ୍ରମଣକୁ ଅନୁମୋଦନ ଦେବା ଭଳି।” ଏହା ଆତଙ୍କବାଦ କାର୍ଯ୍ୟକଳାପ। ଟେଲିଗ୍ରାମରେ ଜେଲେନ୍ସି ଲେଖିଛନ୍ତିସ, ଆମେରିକା ଓ ଦୁନିଆର ନୀରବତା ପୁଟିନ ଓ ଆକ୍ରମଣକାରୀଙ୍କୁ ଉସୁକାଉଛି। ସେ ଋଷ ବିରୋଧରେ ଆହୁରି ଦୃଢ଼ ଅର୍ଥନୈତିକ ପ୍ରତିବନ୍ଧକ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି। .ୟୁକ୍ରେନ ବାୟୁସେନା ମୁତାବକ ୪୫ କୃଜ୍ ମିସାଇଲ୍ ଓ ୨୬୬ ଡ୍ରୋନ ନଷ୍ଟ କରିଛି। ୨୨ ଜାଗାରେ ସିଧା ଆଟାକ୍ ହୋଇଛି। କିଭ୍, ଖାର୍କିବ, ଓଡେଶା, ମାଇକୋଲାଇଭ ଭଳି ଅନେକ ସହରରେ ବ୍ୟାପକ କ୍ଷତି ହୋଇଛି। କିଭରେ ଷ୍ଟୁଡେଣ୍ଟ ହଷ୍ଟେଲରେ ନିଆଁ ଲାଗିଯାଇଛି। ମାଇକୋଲାଇଭରେ ଏକ ଡ୍ରୋନ୍ ଆକ୍ରମଣରେ ୫ ମହଲା ବିଶିଷ୍ଟ ବିଲଡିଂ ଧ୍ୱସ୍ତ ହୋଇଯାଇଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ପୁଟିନ୍ ସମ୍ପୂର୍ଣ୍ଣ ଭାବେ ପାଗଳ ହୋଇସାରିଛନ୍ତି” ଏବଂ ଏହି ଅଭିଯାନ ରୁଷଙ୍କୁ ଅନ୍ତିମ ଭାବରେ ବିନାଶ କରିପାରେ। ଆକ୍ରମଣ ପରେ, ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଏକ ବିଶାଳ ବନ୍ଦୀ ବିନିମୟ ହୋଇଛି, ଯେଉଁଥିରେ ଦୁଇପକ୍ଷ ପ୍ରତ୍ୟେକ 1,000 ବନ୍ଦୀକୁ ଛାଡ଼ିଦେଇଛନ୍ତି। ୟୁକ୍ରେନ୍ ପଶ୍ଚିମ ଦେଶମାନଙ୍କ ପକ୍ଷରୁ ଦିଆଯାଇଥିବା F-16 ବିମାନ, ମିସାଇଲ୍ ଡିଫେନ୍ସ ସିଷ୍ଟମ୍ ଓ ଡ୍ରୋନ୍ ବ୍ୟବହାର କରି ପ୍ରତ୍ୟୁତ୍ତର ଦେଇଛି। ରୁଷ ଦାବି କରିଛି ଯେ, ତାଙ୍କ ଆକ୍ରମଣ ଉଦ୍ଦେଶ୍ୟ ଥିଲା ୟୁକ୍ରେନ୍ ସେନା ସଂସ୍ଥାନକୁ ଟାର୍ଗେଟ କରିବା। .ୟୁକ୍ରେନ୍ ୯୫ ଡ୍ରୋନ୍ ମାଡ଼ କରିଥିବା ଋଷ୍ ଦାବି କରିଛି। ଘଟଣା ବିଶ୍ୱ ମଞ୍ଚରେ ଉତ୍ତେଜନା ବୃଦ୍ଧି କରିଛି ଏବଂ ୟୁକ୍ରେନ୍ ପାଇଁ ଅଧିକ ସହଯୋଗ ଏବଂ ରୁଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *