ଏସସିଓ ଶୀଖର ସମ୍ମିଳନୀ- ଆତଙ୍କବାଦ ବିରୁଦ୍ଧରେ ମୋଦିଙ୍କ ବଡ଼ ବାର୍ତ୍ତା

ଉଗ୍ରବାଦ, ଆତଙ୍କବାଦ ଓ ଅଲଗାବାଦକୁ ବରଦାସ୍ତ କରାଯିବନି। ଏସସିଓ ଶୀଖର ସମ୍ମିଳନୀରେ ବିଶ୍ୱକୁ ଏଭଳି ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଚୀନରେ ସାଂଘାଇ ସହଯୋଗ ପରିଷଦ ବା ଏସସିଓ ଶୀଖର ସମ୍ମିଳନୀରେ ଏକାଠି ହେଲେ ଥ୍ରୀ ସୁପରପାଓ୍ୱାର। ମୋଦି,ପୁଟିନା ଓ ଜିନପିଙ୍ଗ। ଶୀଖର ସମ୍ମିଳନୀରେ ସାମିଲ୍ ହୋଇ ସାରା ଦୁନିଆ ଆଗରେ ଆତଙ୍କବାଦ ମୁଦ୍ଦାକୁ ଉଠାଇଛନ୍ତି ମୋଦି। ପହଲଗାଁଓ ଆତଙ୍କି ଆକ୍ରମଣର କଥା ଉଠାଇ କୌଣସିମତେ ଏଭଳି ନାରକୀୟ କାଣ୍ଡକୁ ଭାରତ ସହିବନି ବୋଲି ରୋକଠୋକ ଶୁଣାଇଦେଇଛନ୍ତି। ଭାରତ ଗଲା ୪ ଦଶନ୍ଧି ଧରି ଆତଙ୍କବାଦର ଦଂଶନକୁ ସାମ୍ନା କରିଆସୁଛି। ଆଉ ନିକଟରେ ପହଲଗାଁଓ ଆତଙ୍କି ଆକ୍ରମଣ ବେଳେ ଯେଉଁ ମିତ୍ର ଦେଶ ଭାରତ ସହ ଛିଡ଼ା ହେଲେ, ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ମୋଦି। ଆତଙ୍କବାଦର କୌଣସି ଦୋହରା ମାପଦଣ୍ଡ ଓ ଚରିତ୍ରକୁ ଗ୍ରହଣ କରିହେବନି। କିନ୍ତୁ କିଛି ଦେଶ ଆତଙ୍କବାଦର ଖୋଲା ସମର୍ଥନ କରିବାକୁ ନେଇ କଦାପି ଗ୍ରହଣ କରିହେବନି। ମାନବତା ପ୍ରତି ଏହା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ ଯେ, ଆତଙ୍କବାଦକୁ ସର୍ବସମ୍ମତ କ୍ରମେ ବିରୋଧ କରିବାକୁ ପଡ଼ିବ। ଏସସିଓର ଅଲଗା ଅର୍ଥ ହେଉଛି ସିକ୍ୟୁରିଟି, କନେକ୍ଟିଭିଟି ଓ ଅପର୍ଚ୍ଚୁନିଟି ବୋଲି କହିଛନ୍ତି ମୋଦି। ସୁରକ୍ଷା, ଶାନ୍ତି ଓ ସ୍ଥିରତା କୌଣସି ଦେଶର ବିକାଶର ମୂଳ ଆଧାର ଅଟେ। କିନ୍ତୁ ଏହା ଉପରେ ଆତଙ୍କବାଦ ଓ ଉଗ୍ରବାଦ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆତଙ୍କବାଦ କେବଳ ଗୋଟିଏ ଦେଶର ସୁରକ୍ଷାକୁ ନୁହେଁ, ବରଂ ପୁରା ମାନବତା ଲାଗି ବଡ଼ ଚ୍ୟାଲେଞ୍ଜ ଅଟେ। ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ସବୁବେଳେ ଆଗରେ ଛିଡ଼ା ହୋଇଛି ଭାରତ। ଆତଙ୍କବାଦକୁ ପୋଷୁଥିବା, ଆର୍ଥିକ ପ୍ରୋତ୍ସାହନ ଦେଉଥିବା ତତ୍ତ୍ୱ ବିରୁଦ୍ଧରେ ସବୁବେଳେ ଭାରତ ସ୍ୱର ଉଠାଇଆସିଛି। ଏଥିଲାଗି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୋଦି। ଏଭଳି କହି ଉଭୟ ଚୀନ୍‌ ଓ ପାକିସ୍ତାନକୁ ଆଇନା ଦେଖାଇଛନ୍ତି ମୋଦି। ଚୀନ୍‌ ମାଟିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେଓ୍ୱାଜ ସରିଫଙ୍କ ଉପସ୍ଥିତିରେ ନାଁ ନ ନେଇ ପଡ଼ୋଶୀ ଦେଶକୁ ଟାର୍ଗେଟ କରିଛନ୍ତି ମୋଦି। ଏସସିଓ ସମ୍ମିଟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି, ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭିତରେ ହାଲୁକା ଫୁଲକା ଅନ୍ଦାଜରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ପୁଟିନ ଓ ମୋଦିଙ୍କୁ ପରସ୍ପରକୁ କୁଣ୍ଢାଇଥିଲେ। ବଡ଼ କଥା ହେଲା, ମୋଦି, ପୁଟିନ ଓ ଜିନପିଙ୍ଗ ଏକାଠି ଗଲାବେଳେ ଉପସ୍ଥିତ ଥିବା ଶେହେଓ୍ୱାଜ ସରିଫଙ୍କୁ ନଜରଅନ୍ଦାଜ କରିଥିଲେ। ଏସସିଓ ସମ୍ମିଳନୀରେ ଭାରତ, ଚୀନ୍ ଓ ଋଷ ସହିତ ମୋଟ୍ ୧୦ଟି ଦେଶ ସାମିଲ ହୋଇଛି। ଭାରତ ୨୦୦୫ରୁ ପର୍ଯ୍ୟବେକ୍ଷକ ଓ ୨୦୧୭ରେ ପୂର୍ଣ୍ଣ ସଦସ୍ୟ ଅଟେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *