ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ମୁଣ୍ଡ ନୁଆଁଇଲେ। ଭାରତ ସହ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ବୋଲି ଆଗ୍ରହ ଦେଖାଇଛନ୍ତି ସରିଫ। ତାଙ୍କର ଏହି ପ୍ରସ୍ତାବରେ ଜମ୍ମୁ-କାଶ୍ମୀର, ଜଳ ବଣ୍ଟନ, ବ୍ୟାପାର, ଓ ଆତଙ୍କବାଦ ବିରୋଧରେ ଯୁଦ୍ଧ ଆଦି ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ଶେହବାଜ୍ ସରିଫ କହିଛନ୍ତି, “ଆମେ ଶାନ୍ତିକୁ ପସନ୍ଦ କରୁ, ଯୁଦ୍ଧକୁ ନୁହେଁ। ଭାରତ ଯଦି ଆଗ୍ରହୀ ହୁଏ, ତେବେ ଆମେ ସମସ୍ତ ବିବାଦ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିପାରିବା।” ତେବେ ସେ ପ୍ରସ୍ତାବ ଦେବା ସହ ସମାନ୍ତରାଳ ଚେତାବନୀ ମଧ୍ୟ ଦେଇଛନ୍ତି ଯେ ଯଦି ଆକ୍ରମଣ ଚାଲିଥାଏ, ତେବେ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିପାରେ।ଅନ୍ୟପଟେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ଭାରତ ପାକିସ୍ତାନ ସହ କୌଣସି କଥାବାର୍ତ୍ତା କିମ୍ବା ବେପାର ଆରମ୍ଭ କରିବା ପ୍ରସ୍ତାବ ଭାବେ ଭାବୁନାହିଁ। ସେ କହିଛନ୍ତି, “ଭାରତର ପ୍ରାଥମିକତା ହେଉଛି ଆତଙ୍କବାଦକୁ ଶେଷ କରିବା।” ଏହି ସହିତ, ଭାରତ ପୁଣିଥରେ ଦୋହରାଇଛି ଯେ, ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅଂଗ ଓ ଅବିଭାଜ୍ୟ ଅଂଶ। ଏହି ରାଜନୈତିକ ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ଆଲୋଚନା ଆଗକୁ ବଢ଼ିପାରିବ କି ନାହିଁ, ସେଥିରେ ଅନେକ ସନ୍ଦେହ ରହିଛି। ତଥାପି, ଏହି ପ୍ରସ୍ତାବ ଦୁଇ ଦେଶ ମଧ୍ୟରେ ଚିରନ୍ତନ ଦ୍ୱନ୍ଦ୍ୱ ମଧ୍ୟରେ ଏକ ନୂଆ ଆଶା ସଞ୍ଚାର କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now