ମହାକାଶରୁ ଫେରୁଛନ୍ତି ଶୁଭାଂଶୁ

ଶୁଭାଂଶୁ ଶୁକ୍ଳାଙ୍କ ରିଟର୍ଣ୍ଣ ଫ୍ଲାଇଟ୍ ଆରମ୍ଭ ହୋଇସାରିଛି। ମହାକାଶରୁ ଫେରୁଛନ୍ତି ଶୁଭାଂଶୁ। ଆଇଏସଏସରୁ ଅନଡକ୍ ହୋଇ ପୃଥିବୀ ପୃଷ୍ଠକୁ ବାହାରିସାରିଛି ସ୍ପେଶ୍ଏକ୍ସ ଡ୍ରାଗନ। ଗୃପ କ୍ୟାପଟେନ୍ ଶୁଭାଂଶୁ ୧୮ ଦିନ ପରେ ଫେରୁଛନ୍ତି। ଆଜି ୪ଟା୪୫ରେ ବେଳେ ଇଣ୍ଟରନାସନାଲ ସ୍ପେଶ୍ ଷ୍ଟେସନରୁ ଉଡ଼ାଣ ଭରିଛି। ପ୍ରାୟ ୨୨.୫ ଘଣ୍ଟା ଯାତ୍ରା ପରେ ସ୍ପେଶକ୍ରାଫ୍ଟ ପ୍ରଶାନ୍ତ ମହାସାଗରରେ ସ୍ପ୍ଲେଶଡାଉନ୍ କରିବ। ଭାରତୀୟ ସମୟ ଅନୁସାରେ କାଲିଫର୍ଣ୍ଣିଆ ତଟରେ ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୩ଟା ବେଳେ ସ୍ପ୍ଲେଶଡାଉନ୍ କରିବ।ଅର୍ଥାତ୍ ପାଣିରେ ପାରାସୁଟ ସାହାଯ୍ୟର ଅବତରଣ କରିବ। ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଏହି ସମୟ ପ୍ରାୟ ୧ ଘଣ୍ଟାର ମାର୍ଜିନ ଓ୍ୱିଣ୍ଡୋ ରହିବ। ଅବତରଣ ପରେ ଚାରିଜଣ ମହାକାଶଚାରୀଙ୍କୁ ପ୍ରାୟ ସପ୍ତାହେ ଧରି ରିହାବିଲିଟେସନରେ ରଖାଯିବ। ଏମିତି ରଖି ଗୁରୁତ୍ୱାକାର୍ଷଣ ଭଳି ଜୀବନ ଯେମିତି ହ୍ରାସ ପାଇବ, ତାକୁ ନିରୀକ୍ଷଣ କରାଯିବ। ଆକ୍ସିଓମ୍-୪ ମିଶନରେ ବାହାରିଥିବା ୪ ଅନ୍ତରୀକ୍ଷ ଯାତ୍ରୀଙ୍କ ଭିତରେ ଶୁଭାଂଶୁ ସାମିଲ ଥିଲେ। ଏହି ଐତିହାସିକ ମିଶନ ଜରିଆରେ ୪୧ ବର୍ଷ ପରେ ମହାକାଶରେ ଭାରତ ଦ୍ୱିତୀୟ ଥର ପହଞ୍ଚିଲା। ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ହେଉଛନ୍ତି ଦ୍ୱିତୀୟ ମହାକାଶଚାରୀ। ଆଉ ଅନ୍ତରୀକ୍ଷକୁ ଯିବାରେ ଶୁଭାଂଶୁ ହେଉଛନ୍ତି ପ୍ରଥମ ଭାରତୀୟ। ରବିବାର ଫେୟାରଓ୍ୱେଲ ସେରିମନିରେ ଶୁଭାଂଶୁ କହିଥିଲେ,ଭାରତ ଲାଗି ମହତ୍ତ୍ୱକାଂକ୍ଷୀ କ୍ଷଣ ଅଟେ। ଆତ୍ମବିଶ୍ୱାସ ଓ ଗର୍ବରେ ଭରା ଏହି ମୂହୂର୍ତ୍ତ ଅଟେ। ଇସ୍ରୋ ଏହି ମିଶନରେ ପ୍ରାୟ ୫୫୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ଅନୁଭବ ୨୦୨୭ରେ ଭାରତର ଗଗନାୟନ ମିଶନରେ ସହାୟକ ହେବ। ଶୁଭାଂଶୁଙ୍କ ସହ ଏହି ମିଶନରେ ଆମେରିକାର ପେଗି ହ୍ୱିଟସନ, ପୋଲାଣ୍ଡର ସ୍ଲାବୋସ୍ ଉଗ୍ୟାନସ୍କି ଓ ହଙ୍ଗେରୀର ତିବୋର କପୁ ସାମିଲ ଅଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *