ମହିଳା ପାଇଲଟ୍ ପାକିସ୍ତାନ କବଜାରେ- ସତ ନା ଗୁଜବ?

ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତି ବେଳେ କିଛି ସମୟ ଧରି ଏକ ଖବର ସମସ୍ତଙ୍କ ଭିଚରେ ହଇଚଇ ଖେଳାଇଦେଇଥିଲା। ଭାରତୀୟ ବାୟୁସେନାର ମହିଳା ପାଇଲଟ୍ ପାକିସ୍ତାନରେ ଧରାପଡ଼ିଲେ। ପିଓକେ ଉପରେ ଲଢ଼ୁଆ ବିମାନ ନେବା ବେଳେ କୁଆଡ଼େ ଧରାପଡ଼ିଛନ୍ତି ସ୍କ୍ୱାର୍ଡନ ଲିଡର ଶିବାଙ୍ଗୀ ସିଂ। ଫାଇଟର ଜେଟକୁ ପାକିସ୍ତାନ ସେନା ଧ୍ୱସ୍ତ କରିଦେଇଥିଲା। ଆଉ ଜୀବନ ରକ୍ଷା କରିବାକୁ ଯେତେବେଳେ ଶିବାଙ୍ଗୀ ଜେଟରୁ ଡେଇଁଥିଲେ, ସେତେବେଳେ ପାକିସ୍ତାନୀ ସେନା ଧରିନେଇଛନ୍ତି। ପାକିସ୍ତାନୀ ସେନା ହାବୁଡ଼ରେ ପଡ଼ିଯାଇଛନ୍ତି ଶିବାଙ୍ଗୀ।  ଶିବାଙ୍ଗୀଙ୍କୁ ଗିରଫ କରିଛି ପାକିସ୍ତାନ ସେନା। ପାକିସ୍ତାନ ପ୍ରାୟୋଜିତ ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ଫୁଟେଜ ସହ ଫଟୋ ଜାରି ହୋଇଥିଲା। ଏହାକୁ ଜୋରଦାର ଭାଇରାଲ କରାଯାଇଥିଲା। ତେବେ ଏହା ସତ ଥିଲା ନା ଗୁଜବ। ଶେଷରେ ପିଆଇବି ଫ୍ୟାକ୍ଟ ଚେକ୍ କରି ସ୍ପଷ୍ଟ କରିଛି ଯେ, ଏମିତି କୌଣସି ଘଟଣା ହିଁ ଘଟିନି। ଏ ଭିଡ଼ିଓ ଫେକ୍। ଭାରତୀୟ ବାୟୁସେନାର ମହିଳା ପାଇଲଟଙ୍କୁ ପାକିସ୍ତାନ ଧରିନି। ବରଂ ଏଭଳି ମିଛ ଓ ଗୁଜବ କଥାକୁ ସୋସିଆଲ ମିଡିଆରେ ପ୍ରଚାର କରି ବାହାବା ସାଉଁଟିବାକୁ ପ୍ରୟାସ କରୁଥିଲା। ସେନା ସମ୍ପର୍କିତ କୌଣସି ଖବରକୁ ବିଶ୍ୱାସ କରିବା ଆଗରୁ ଏହାର ପୁଷ୍ଟି କରିବାକୁ ଅପିଲ୍ କରାଯାଇଛି। ଏହା ସହ ଏସ-୪୦୦ ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଥିବାର ପାକିସ୍ତାନର ଦାବି ବି ମିଛ ବୋଲି ଜଣାପଡ଼ିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *