ଗୁଜୁରାଟ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ପାଇଲଟ ପ୍ରୋଜେକ୍ଟରେ ୩୫ ଟି ପୋଷଣ କେନ୍ଦ୍ର ଖୋଲାଯିବ ।ପୋଷଣ କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ ସରକାର। ପୋଷଣ କେନ୍ଦ୍ରରେ ମିଳିବ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ। ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ। ଏନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ। ଏହା ସଫଳ ହେଲେ ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର। ଏଥିପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି। ଅଧିକାରୀଙ୍କର ଏକ ସ୍ୱତନ୍ତ୍ର ଟିମ ଗୁଜୁରାଟ ଯିବାର କାର୍ଯ୍ୟକ୍ରମ ଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now