ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ୨୦୨୨ ନୋବେଲ ପୁରସ୍କାର ଦିଆଯାଉଛି। ବେନ୍ ବେର୍ଣ୍ଣାଙ୍କେ, ଡଗଲାସ୍ ଡାଇମଣ୍ଡ ଓ ଫିଲିପ୍ ଡିଭିଗ୍ଙ୍କୁ ମିଳିତ ଭାବେ ମିଳୁଛି ଚଳିତ ନୋବେଲ ଅର୍ଥନୀତି କ୍ଷେତ୍ର ପାଇଁ । ବ୍ୟାଙ୍କ ଓ ଆର୍ଥିକ ସଂକଟକୁ ନେଇ ଗବେଷଣା କରି ଏହି ତିନି ଅର୍ଥନୀତିଜ୍ଞ ନୋବେଲ ପୁରସ୍କାର ନିଜ ନାମରେ କରିଛନ୍ତି।
ଭୁଶୁଡି ପଡିଥିବା ବିଶ୍ବ ଅର୍ଥନୀତିକୁ ଉଠାଇବାରେ ଏହି ତିନିଜଣ ଅର୍ଥନୀତିଜ୍ଞଙ୍କ ଗବେଷଣା ବାଟ ଦେଖାଇଛି। ବିଶେଷ କରି ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କ ଗୁଡ଼ିକର ଭୂମିକା ଉପରେ ଏମାନେ ବାହାର କରିଥିବା ଉପାୟ ବେଶ ସହାୟକ ହୋଇଛି। ସେମାନଙ୍କ ଦିଗଦର୍ଶନ ଦେବାଳିଆ ବ୍ୟାଙ୍କ ଗୁଡ଼ିକୁ ମେନ ଷ୍ଟ୍ରିମର ବାଟ ଦେଖାଇଥିବା ଚୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now