ଏପ୍ରିଲ ପହିଲାରୁ ଗୋଆକୁ ଉଡ଼ିବ ବିମାନ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ ସିଧାସଳଖ ଉଡ଼ିବ ବିମାନ। ସପ୍ତାହକୁ ଚାରି ଦିନ ଏହି ସେବା ଉପଲବ୍ଧ ହେବ। ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଭୁବନେଶ୍ୱରରୁ ଗୋଆ ବିମାନସେବା ଜାରି ରହିବ। ଭୁବନେଶ୍ୱରରୁ ଗୋଆକୁ ବିମାନସେବା ଇଣ୍ଡିଗୋ ଯୋଗାଇବ। ଏହି ସେବା ଆରମ୍ଭ ପରେ ଏହା ପର୍ଯ୍ୟଟନ, ବାଣିଜ୍ୟକୁ ସମୃଦ୍ଧ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଗାଯୋଗ କ୍ଷେତ୍ରରେ ଏହା ଆଉ ଏକ ମାଇଲଖୁଣ୍ଟ ସାଜିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now