ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲକୁ ବଡ଼ ଆଶ୍ୱସ୍ତି- ନିଜ ପୁରୁଣା ଫୈସଲାକୁ ପ୍ରତ୍ୟାହାର କଲେ ସୁପ୍ରିମକୋର୍ଟ

ଭୂଷଣ ଷ୍ଚିଲ ଆଣ୍ଡ ପାଓ୍ୱାରର ପରିସମାପନ ବା ଲିକ୍ୟୁଡେସନକୁ ନେଇ ମେ ୨ ତାରିଖରେ ଦେଇଥିବା ରାୟକୁ ଫେରାଇନେଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଏବେ କହିଛନ୍ତି, ଭୂଷଣକୁ ନେଇ ହୋଇଥିବା ବିବାଦୀୟ ରାୟରେ ଆଇନଗତ ଦିଗକୁ ନେଇ ସଠିକ ବିଚାର ହୋଇନଥିଲା। ଏହା ସହ ଜେଏସଡବ୍ଲୁର ରିଭ୍ୟୁ ପିଟିସନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି କହିଛନ୍ତି, ଜେଏସଡବ୍ଲୁ ଦ୍ୱାରା ପ୍ରାୟ ୨୦ହଜାର କୋଟି ଟଙ୍କାର ନିବେଶ ସହ ପ୍ରାୟ ୨୫ହଜାର କର୍ମଚାରୀଙ୍କ ଜୀବନଜୀବିକାକୁ ଅଣଦେଖା କରିହେବନି। ସୁପ୍ରିମକୋର୍ଟ ଆଉ ଥରେ ଗ୍ରାଉଣ୍ଡ ବାସ୍ତବତାକୁ ନିରୀକ୍ଷଣ କରିବାର ଆବଶ୍ୟକତା ଅଛି। ୨୫ହଜାର ଲୋକଙ୍କୁ ରାସ୍ତାକୁ ଫୋପାଡ଼ିହେବନି। ସମ୍ୱିଧାନର ଧାରା ୧୪୨ର ବ୍ୟବହାର କରି ସମ୍ପୂର୍ଣ୍ଣ ନ୍ୟାୟ ଦେବା ଦରକାର। ଯେମିତି ୨୫ହଜାର କର୍ମଚାରୀଙ୍କ ପ୍ରତି ଅନ୍ୟାୟ ହେବନି ବୋଲି କହିଛନ୍ତି ସିଜେଆଇ ଜଷ୍ଟିସ ବିଆର ଗଭାଇ। ଅନେକ ଭୁଲ ତଥ୍ୟକୁ ବି ଅଦାଲତ ବିଚାରକୁ ନେଇଯାଇଥିଲେ। ଏହା ସହ କିଛି ଏମିତି ତର୍କକୁ ବି ରାୟରେ ସାମିଲ କରାଯାଇଥିଲା, ଯାହା ବାସ୍ତବରେ ପ୍ରସ୍ତୁତ ହିଁ ହୋଇନଥିଲା। ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ ବା ବିପିଏସଏଲ ପାଇଁ ଜେଏସଡବ୍ଲୁର ୧୯,୭୦୦ ଶହ କୋଟି ଟଙ୍କାର ରିଜୋଲୁସନ ସମାଧାନ ପ୍ଲାନକୁ ଅବୈଧ ଘୋଷଣା କରି ଗଲା ମେ ୨ ତାରିଖରେ ରଦ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ। ଏହା ଇନସଲଭେନ୍ସି ଓ ବ୍ୟାଙ୍କରପସି କୋଡର ଉଲ୍ଲଂଘନ କରୁଛି କହି ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ। ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ ଯେ, ବିପିଏସଏଲର ଲିକ୍ୟୁଡେସନ କରିବାକୁୁ। ଏନସିଏଲଟି ଓ ଏନସିଏଲଏଟିର ପୂର୍ବ ମଞ୍ଜୁରୀକୁ ଖାରଜ କରିଦେଇଥିଲେ। କମିଟି ଅଫ କ୍ରେଡିଟର୍ସ ଆଗରେ ମିଛ କଥା ଥୋଇ ପ୍ରକ୍ରିୟାକୁ ହରଣଚାଳ କରିବାକୁ ବସିଥିଲା କୁଆଡ଼େ ଜେଏସଡବ୍ଲୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *