ଇଣ୍ଡିଗୋ ଫ୍ଲାଇଟ୍ ରଦ୍ଦ ନେଇ ଡିଜିସିଏ ବଡ଼ ନିଷ୍ପତ୍ତି ନେଲା। ସାପ୍ତାହିକ ଛୁଟି ବଦଳରେ କୌଣସି ଛୁଟି ଦିଆଯିବନି ବୋଲି ପୂର୍ବରୁ କୁହାଯାଇଥିଲା। ରୋଷ୍ଟର ଡ୍ୟୁଟି ଆଦେଶକୁ ପ୍ରତ୍ୟାହାର କରିନେଲା ଡିଜିସିଏ। ଏବେ କ୍ରୁ ମେମ୍ୱର ଓ୍ୱିକଲି ରେଷ୍ଟ ଜାଗାରେ ଛୁଟି ନେଇପାରିବେ। ଫ୍ଲାଇଟ ଅପଡେଟ୍ ସମ୍ୱନ୍ଧୀୟ ଛୁଟି ସହ ଜଡ଼ିତ ରୋଷ୍ଟର ଆଦେଶକୁ ପ୍ରତ୍ୟାହାର କରିନିଆଗଲା। ପାଇଲଟ ସମୂହର ସାପ୍ତାହିକ ବିଶ୍ରାମ ସମ୍ୱନ୍ଧୀୟ ଅପରେଟରଙ୍କୁ ଦିଆଯାଇଥିବା ନିର୍ଦେଶ ଫେରାଇ ନିଆଯାଇଛି। ଇଣ୍ଡିଗୋ ସମେତ ଅନ୍ୟାନ୍ୟ ଏୟାରଲାଇନ୍ସର ପରିଚାଳନାଗତ ତୃଟିକୁ ସୁଧାରି ଏଥିରେ ସ୍ଥିରତା ଆଣିବାକୁ ଆବେଦନ ପଡ଼ିଥିଲା। ଏହାକୁ ବିଚାର କରି ଡିଜିସିଏ ସ୍ପଷ୍ଟ କରିଛି, ଏଣିକି ସାପ୍ତାହିକ ଛୁଟି ଜାଗାରେ ଅନ୍ୟ ଛୁଟି ମିଳିବନି। ଇଣ୍ଡିଗୋ ମାମଲାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ ଏ ବାବଦରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରାଇଛନ୍ତି। ଡିଜିସିଏ ସେ ଆଦେଶକୁ ପ୍ରତ୍ୟାହାର କରିନେଇଛି। ଯାହା କ୍ରୁ ମେମ୍ୱରଙ୍କ ପାଇଁ ସାପ୍ତାହିକ ବିଶ୍ରାମକୁ ଛୁଟିରେ ଉପଯୋଗ କରିବାକୁ ରୋକୁଛି। ଏହା ତତ୍କାଳ ଲାଗୁ କରାଯାଇଛି। ଏବେ ଏୟାରଲାଇନ୍ସ ଚାହିଁଲେ, ଆବଶ୍ୟକ ପଡ଼ିଲେ ସାପ୍ତାହିକ ବିଶ୍ରାମ ବଦଳରେ ଛୁଟିକୁ ବି ମାନ୍ୟତା ଦେଇପାରିବ। ଏହା ସହ ଇଣ୍ଡିଗୋ ମ୍ୟାନେଜମେଣ୍ଟକୁ ଡିଜିସିଏ କହିଛି, ଏଭଳି କ୍ରାଇସିସ୍ କାରଣରୁ ଯେମିତି ଟିକଟ ଦର ନ ବଢ଼େ, ସେଥିପ୍ରତି ଧ୍ୟାନ ଦିଅ। ଆଉ ଇଣ୍ଡିଗୋ ଭରସା ଦେଇଛି ଯେ, ଆସନ୍ତା ୪୮ ଘଣ୍ଟା ଭିତରେ ସ୍ଥିତି କିଛିଟା ସ୍ୱାଭାବିକ ହେବ। ଇଣ୍ଡିଗୋ ଏୟାରଲାଇନ୍ସ ସିଇଓ ପିଟର ଏଲବର୍ସ କହିଛନ୍ତି, ଏୟାରଲାଇନ୍ସଲ ଲକ୍ଷ୍ୟ ଅପରେସନକୁ ତୁରନ୍ତ ସ୍ୱାଭାବିକ କରିବା ଓ ସମୟାନୁବର୍ତ୍ତିତାର ଟ୍ରାକରେକର୍ଡକୁ ପୁଣି ଥରେ କାଏମ ରଖିବା। ଯଦିଓ ଏହା କଷ୍ଟସାଧ୍ୟ। କାରଣ ଦୈନିକ ୩ଲକ୍ଷ ୮୦ହଜାର ଗ୍ରାହକଙ୍କୁ ସେବା ଦିଏ ଇଣ୍ଡିଗୋ। ଯାତ୍ରୀଙ୍କୁ ଇଣ୍ଡିଗୋ ଉଡ଼ାଣରେ ଭଲ ଅନୁଭବ ମିଳୁ। ଗଲା କିଛି ଦିନ ହେଲା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିଲାଗି ଇଣ୍ଡିଗୋ କ୍ଷମାପ୍ରାର୍ଥନା କରିଛି। ଇଣ୍ଡିଗୋ ଡିଜିସିଏକୁ କହିଛି, ଡିସେମ୍ୱର ୮ରୁ ଫ୍ଲାଇଟ୍ ସଂଖ୍ୟା କମ୍ କରିଦିଆଯିବ। ଯାହାଫଳରେ ଜାରି ଥିବା ଗଡ଼ବଡ଼ି ଉପରେ କାବୁ ପାଇହେବ। ଫେବୃଆରୀ ୧୦, ୨୦୨୬ ସୁଦ୍ଧା ଅପରେସନ ପୁରା ସ୍ୱାଭାବିକ ଓ ପୂର୍ବଭଳି ସ୍ଥିରତା ଆସିବ। ଫ୍ଲାଇଟ୍ ଡ୍ୟୁଟି ସିଡ୍ୟୁଲ ଲିମିଟେସନ ଫେଜ୍-୨ ଲାଗୁ ପରେ ଏୟାରଲାଇନ୍ସର ତୃଟିପୂର୍ଣ୍ଣ ପ୍ଲାନିଂକୁ ଦାୟୀ କରାଯାଉଛି। ନୂଆ ନିୟମରେ ପାଇଲଟଙ୍କୁ ଅଧିକ ସମୟ ବିଶ୍ରାମ ଓ ସୀମିତ ନାଇଟ୍ ଲ୍ୟାଣ୍ଡିଂ ଭଳି ସର୍ତ୍ତ ଯୋଡ଼ା ଯାଇଥିଲା। ପାଇଲଟ ରାତି ୧୨ରୁ ସକାଳ ୬ଟା ଭିତରେ ସୀମିତ ଲ୍ୟାଣ୍ଡିଂ କରିପାରିବେ। ଏହାକୁ ଦେଖିଲେ ଦୈନିକ ପ୍ରାୟ ୩ଶହ ଫ୍ଲାଇଟ୍ ବାତିଲ୍ ହେଉଛି। ଏହି କାରଣରୁ କ୍ରୁ ମେମ୍ୱରଙ୍କ ଅଧିକ ଆବଶ୍ୟକତା ପଡ଼ିଲା। ହେଲେ ଇଣ୍ଡିଗୋ ଏହାର ସଠିକ୍ ଆକଳନ କରିପାରିନଥିଲା। ଡିଜିସିଏ ପୁରା ପ୍ଲାନିଂ ଓ ରୋଡମ୍ୟାପ୍ ମାଗିଛି ଇଣ୍ଡିଗୋକୁ। ନୂଆ ପାଇଲଟ ହାୟରିଂ, ଆଗାମୀ ଦିନରେ କେତେ ନୂଆ ବିମାନ ସାମିଲ୍ ହେବେ, ଟ୍ରେନିଂର ସିଡ୍ୟୁଲ, ସୁରକ୍ଷା ସମ୍ୱନ୍ଧିତ ଆକଳନ ଓ ନୂଆ ରୋଷ୍ଟିଂ କେମିତି ତିଆରି ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now