ଫାସଟାଗ ବାର୍ଷିକ ପାସ୍ ଲାଗି ବଡ଼ ଘୋଷଣା। ବଡ଼ ଘୋଷଣା କଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। ଏଣିକି ୩ହଜାର ଟଙ୍କାରେ ମିଳିବ ଆନୁଆଲ୍ ପାସ୍। ଆସନ୍ତା ଅଗଷ୍ଟ ୧୫ରୁ ଏହା ଉପଲବ୍ଧ ହେବ। ଦେଶ ତମାମ ନୂଆ ଟୋଲ୍ ନୀତି ଆଣିବାକୁ ଯାଉଛନ୍ତି ସରକାର। ଏହି ବାର୍ଷିକ ପାସ୍ ଆକ୍ଚିଭ ହେବା ପରେ ୧ ବର୍ଷ ବା ୨ଶହ ଟ୍ରିର୍ ଲାଗି ଭାଲିଟିଡି ବା ବୈଧ ରହିବ। ଯଦି ସମୟ ପୂର୍ବରୁ ୟୁଜର୍ସ ଏହି ୨ଶହ ଟ୍ରିପ୍ ଶେଷ କରିଦେବେ। ସେମାନଙ୍କୁ ଆଉ ଥରେ ପାସ୍ ନବୀକରଣ କରିବାକୁ ପଡ଼ିବ। ତେବେ ବାର୍ଷିକ ପାସ୍ ପ୍ରାଇଭେଟ କାର୍, ଜିପ, ଭ୍ୟାନ ଲାଗି ପ୍ରଯୁଜ୍ୟ ହେବ। ଦେଶତମାମ ଜାତୀୟ ରାଜପଥରେ ଯାଉଥିବା ବାହନ ଲାଗି ଲାଗୁ ହେବ। ଏଥିରେ ବ୍ୟବସାୟିକ ଯାନବାହନ ସାମିଲ ହେବନି। ଏହି ପାସ୍ ଉପଲବ୍ଧ କରିବାକୁ ଖୁବ ଶୀଘ୍ର ଏନଏଚଆଇଏ ବା ସଡ଼କ ପରିବହନ ମନ୍ତ୍ରାଳୟ ଓ୍ୱେବସାଇଟରେ ନୂଆ ଲିଂକ ଆସିବ। ଯାହା ଜରିଆରେ ୟୁଜର୍ସ ଏହି ଲିଂକ ଭିଜିଟ୍ କରି ବାର୍ଷିକ ପାସ୍ ପାଇପାରିବେ। ଏହି ନୂଆ ନୀତି ଟୋଲ ପ୍ଲାଜାର ୬୦ କିଲୋମିଟର ଅବଧି ଭିତରେ ହିଁ କାଏମ ରହିବ। ଏଭଳି ବାର୍ଷିକ ପାସ ଦ୍ୱାରା ଲୋକଙ୍କୁ ବାରମ୍ୱାର ଫାସଟାଗ୍ ରିଚାର୍ଜ କରିବାର ଝଞ୍ଜଟରୁ ମୁକ୍ତି ମିଳିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now