ଯାଞ୍ଚ ପରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଅଣ୍ଡର ପ୍ରୋସେସ ଦେଖାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ବାଟ ଦେଖାଇଲେ ଉପମୁଖ୍ୟମନ୍ତ୍ରୀ । ସେମାନଙ୍କ ଆବେଦନ ଯାଞ୍ଚ ସରିଲେ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । କେ୍ୱାଇସି ଯାଞ୍ଚ ସମସ୍ୟା ଥିବାରୁ ଏବେ ହି 5 ଲକ୍ଷ 11 ଆବେଦନ ମହିଲାଙ୍କୁ ଆଉ ଏକ ସୁଯୋଗ । ବାଓମେଟ୍ରିକ ଜରିଆରେ କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ । କେୱାଇସି ଅପଡେଟ ହୋଇନଥିବାରୁ ଅଟକିଛି ଏହି ଆବେଦନ । ଓଟିପି ଜରିଆରେ କେୱାଇସି କରିଥିଲେ ବାଓମେଟ୍ରିକ ଜରିଆରେ କେ୍ୱାଇସି କରିବାକୁ ଅପିଲ । ଏହି ସବୁ କେ୍ୱାଇସି ଯାଞ୍ଚ ପରେ ଯାଇ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । କମନ ସର୍ଭିସ ସେଣ୍ଟର ଜନ ସେବା କେନ୍ଦ୍ରରେ କରି ପାରିବେ କେୱାଇସି ଯାଞ୍ଚ । ଅନ୍ୟପଟେ ଏବେ ଯାଏଁ 31 ହଜାର ମହିଳା ଅପ୍ଟ ଆଉଟ ହେଇଛନ୍ତି । ସେମାନେ ଆଉ ଥରେ ଅଭିଯୋଗ କରି ପାରିବେ । ସେମାନଙ୍କ କଥା ବି ବିଚାର କରାଯିବ । ପୋର୍ଟାଲ ଜରିଆରେ ଅଭିଯୋଗ କରିବାକୁ ଅପିଲ । ବାତିଲ ହୋଇଥିବା 2 ଲକ୍ଷ 81 ହଜାର ଆବେଦନର 15 ପ୍ରତିଶତ ଏବେ ବି ଜମି ସମସ୍ୟା ପାଇଁ ଅପେକ୍ଷା ରତ ପଡିଛି । ସେମାନେ ବି ପୋର୍ଟାଲରେ ଆବେଦନ କରିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *