ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ୨୦୨୩ ବର୍ଷ ପାଇଁ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି । ଲଣ୍ଡନର ସେଂଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଆରବିଆଇର ମୁଖ୍ୟ ଭାବେ ଭାରତର ମୁଦ୍ରାସ୍ଫିତି ଓ କୋଭିଡ ସମୟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଖୁବ ଭଲ ଭାବରେ ପରିଚାଳନା କରିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପ୍ରଦାନ କରିଥିବା ସେଂଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ କୁହାଯାଇଛି ଯେ ସେ ଆରବିଆଇର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି । ଦେଶ ଓ ପୂରା ବିଶ୍ୱ ଏକ ଖରାପ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଆରବିଆଇ ଗଭର୍ଣ୍ଣର ଭାବେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ସେ ଆରବିଆଇର ସୁପରିଚାଳନା କରିବା ସହିତ ପୂରା ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଭଲ ଭାବେ ପରିଚାଳନା କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now