ବିନା ପରିବେଶ ମଞ୍ଜୁରୀରେ ବେଆଇନ ଖଣି ଉତ୍ତୋଳନ କରିଥିବା ଲିଜଧାରୀଙ୍କଠୁ କ୍ଷତିପୂରଣ ବାବଦରେ ୨୭ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ କରିବାରେ ଫେଲ୍ ମାରିଛନ୍ତି ଓଡ଼ିଶା ସରକାର। ଯାହାକୁ ନେଇ ଆଜି ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ ଏଜି ମସିହାଙ୍କ ଖଣ୍ଡପୀଠ କହିଛନ୍ତି, କାହିଁକି ରାଜ୍ୟ ସରକାର ଏ ଦିଗରେ ଚରମ ଅବହେଳା କରୁଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ କହିଛନ୍ତି, ସେ ଏ ମାମଲାକୁ ବ୍ୟକ୍ତିଗତ ଭାବେ ଦେଖିବେ ଓ ଖିଲାଫୀଙ୍କଠୁ କ୍ଷତିପୂରଣ ଆଦାୟ କରିବାରେ ଠୋସ୍ ପଦକ୍ଷେପ କେମିତି ନିଆଯିବ, ସେ ବାବଦରେ ମହଲତ ମାଗିଥିଲେ। ଶେଷରେ ବିଚାରପତି ଏହାର ପରବର୍ତ୍ତୀ ଶୁଣାଣୀ ୮ ସପ୍ତାହକୁ ସ୍ଥଗିତ ରଖିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now