ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଋଷରୁ ତେଲ କିଣିବାକୁ ଆମେରିକା ଭାରତକୁ ସାମୟିକ ରିହାତି ଦେଇଛି। ସର୍ତ୍ତମୂଳକ ୩୦ ଦିନ ପାଇଁ ଏହି ଅସ୍ଥାୟୀ ରିହାତି ଦେଇଛି ଆମେରିକା। ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଅର୍ଥ ମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି। କିନ୍ତୁ ସର୍ତ୍ତ ଲଗାଇଛି। ଭାରତ କେବଳ ସେହି ଋଷ୍ ତେଲକୁ କିଣିବ, ଯାହା ରାସ୍ତାରେ ଫସିରହିଛି। ଏହି ରିହାତି ବଳରେ ସମୁଦ୍ରରେ ଫସିଥିବା ଋଷୀୟ ତେଲ ଟାଙ୍କରକୁ ଆଶ୍ୱସ୍ତି ମିଳିବ। ସେପଟେ କଂଗ୍ରେସ ଏହାକୁ ବ୍ଲାକମେଲିଂ ବୋଲି କହିଛି। ଋଷରୁ ଭାରତ ତେଲ କିଣିବା ନିଷ୍ପତ୍ତି ଆମେରିକା କେମିତି ନେଉଛି। ଭାରତର ତ ଷ୍ଟାଣ୍ଡ ନିରପେକ୍ଷ। ପ୍ରଧାନମନ୍ତ୍ରୀ କାହିଁକି ସବୁବେଳେ କମ୍ପ୍ରୋମାଇଜ୍ ମୁଡରେ ରହୁଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଏକ୍ସ-ରେ ପୋଷ୍ଟ କରି କହିଛନ୍ତି, ଟ୍ରମ୍ପଙ୍କ ଏହା ନୂଆ ଖେଳ। ପୁଟିନଙ୍କଠୁ ତେଲ କିଣିବାକୁ ଟ୍ରମ୍ପ କେଉଁ ବଳରେ ନିଷ୍ପତ୍ତି ଥୋପୁଛନ୍ତି ଭାରତ ଉପରେ।ବିରୋଧୀ ଦଳ କହିଛନ୍ତି, ଭାରତର କୂଟନୈତିକ ଇତିହାସରେ ଏଭଳି ବ୍ଲାକମେଲିଂର ସମ୍ମୁଖୀନ ହୋଇନଥିଲା ଭାରତ। ଏହା ରିହାତି ନୁହେଁ, ବରଂ ଟ୍ରମ୍ପ ଆଦେଶ ଦେଇଛନ୍ତି। ଟ୍ରମ୍ପ ହିଁ ଭାରତର ବିଦେଶ ନୀତିକୁ ପରିଚାଳିତ କରୁଛନ୍ତି। ଶାସକ ଦଳ କହୁଛି, ତେଲ କୌଣସି ମୁଦ୍ଦା ନୁହେଁ। ପୁରା ଦେଶରେ ଭାରତର ତେଲର ସ୍ଥିତିକୁ ନେଇ ସ୍ପଷ୍ଟ କରିଦେଇଛନ୍ତି ସରକାର।

ଇସ୍ରାଏଲ-ଇରାନ ଯୁଦ୍ଧ ଲାଗି ତେଲ ସପ୍ଲାଏ ଉପରେ ପ୍ରତିବନ୍ଧକ ଲାଗିଛି। ତେହେରାନ ଯେହେତୁ ହୋର୍ମୁଜ ଷ୍ଟ୍ରେଟ ବନ୍ଦ କରିଦେଇଛି। ଆଉ ଏହି ବନ୍ଦରୁ ପ୍ରାୟ ୭ଶହ ତେଲ ଟାଙ୍କର ଫସିରହିଛି। ଏହା ଲାଗି ଏନର୍ଜି ମାର୍କେଟରେ ଅସ୍ଥିରତା ସୃଷ୍ଟି ହେଲାଣି। କାଲି ଭାରତ ସରକାର ଲୋକଙ୍କୁ ଏହା କହି ଆଶ୍ୱସ୍ତ କରିଥିଲେ ଯେ, ଭାରତ ପାଖରେ ୨୫ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ମହଜୁଦ୍ ଅଛି। କିନ୍ତୁ ଯୁଦ୍ଧ ଲମ୍ୱା ସମୟ ଧରି ଚାଲିବାର ଆଶଙ୍କା ଥିବାରୁ ଷ୍ଟକ୍ ଉପରେ ପ୍ରଭାବ ପଡ଼ିପାରେ। ଗ୍ଲୋବାଲ ମାର୍କେଟରେ ତେଲର ସପ୍ଲାଏ ଜାରି ରହିବାକୁ ଆମେରିକାର ଟ୍ରେଜେରୀ ଡିପାର୍ଟମେଣ୍ଟ ଭାରତର ରିଫାଇନାରୀ କମ୍ପାନୀଗୁଡ଼ିକୁ ଋଷ୍ ତେଲ କିଣିବାକୁ ରିହାତି ଦେଇଛି। ଆମେରିକାର ଏହି ଘୋଷଣା ପୂର୍ବରୁ ଋଷ୍ ବି ସଙ୍କେତ ଦେଇଥିଲା ଯେ, ଭାରତକୁ ତେଲ ଯୋଗାଣ କମ୍ କୁ ଭରଣା କରିବାକୁ ପ୍ରସ୍ତୁତ ଅଛି। ଭାରତକୁ ପ୍ରାୟ ୯୫ଲକ୍ଷ ବ୍ୟାରେଲ କଚ୍ଚାତେଲ ପଠାଇବାକୁ କହିଥିଲା। ଭାରତୀୟ ଜଳକ୍ଷେତ୍ରରେ ପ୍ରାୟ ୯.୫ ମିଲିୟନ ବ୍ୟାରେଲ୍ ଋଷ୍ ତେଲ ମହଜୁଦ୍ ଅଛି। ପ୍ରାୟ ୪୦ ପ୍ରତିଶତ ଭାରତର କ୍ରୁଡ୍ ଅଏଲ ବା ଅଶୋଧିତ ତେଲ ଇରାନରୁ ଷ୍ଟ୍ରୋଟ ଅଫ ହୋର୍ମୁଜ ଦେଇ ଆସିଥାଏ। ଏଥିରେ ବି ଆମେରିକା ସର୍ତ୍ତ ଖଞ୍ଜିଛି। ଏହି ରିହାତିରୁ ଭାରତକୁ ବିଶେଷ ଫାଏଦା ଦେବନି। କେବଳ ଫସିଥିବା ପୁରୁଣା ତେଲ ହିଁ ଆଣିପାରିବ ଭାରତ। ମାର୍ଚ୍ଚ ୫ରୁ ଟାଙ୍କରରେ ଲୋଡ୍ ହୋଇଥିବା ତେଲ ଉପରେ ଲାଗୁ ହୋଇ ଏପ୍ରିଲ ୪ଯାଏ ଜାରି ରହିବ। ଭାରତର ରିଫାଇନାରୀ କମ୍ପାନୀ ଆଇଓସି, ବିପିସିଏଲ, ଏଚପିସିଏଲ ପ୍ରମୁଖ କେବଳ ଫସିଥିବା ତେଲ କିଣିପାରିବେ। ଭାରତ ଦୁନିଆର ତୃତୀୟ ବୃହତ୍ତ ତେଲ ଆମଦାନୀକାରୀ ରାଷ୍ଟ୍ର ଅଟେ। ହୋର୍ମୁଜ୍ ଷ୍ଟ୍ରେଟ ଦେଇ ଦୈନିକ ୨୬ଲକ୍ଷ ବ୍ୟାରେଲ୍ କଚ୍ଚା ତେଲ ଆସିଥାଏ ଭାରତକୁ। ଏହି ରାସ୍ତା ଦେଇ ଏଲପିଜି ଓ ଏଲଏନଜି ବି ଆମଦାନୀ କରେ ଭାରତ। କଚ୍ଚା ତେଲ ପାଇଁ ବିଦେଶ ଉପରେ ଭାରତର ନିର୍ଭରଶୀଳତା ପ୍ରାୟ ୮୫ ପ୍ରତିଶତ। ମଧ୍ୟପ୍ରାଚ୍ୟର ଯୁଦ୍ଧ ଭିତରେ ତେଲ ଯୋଗାଣକୁ ନିରବଛିନ୍ନ କରିବାକୁ ଚାହୁଁଛି ଆମେରିକା। ଋଷ-ୟୁକ୍ରେନ ଯୁଦ୍ଧ ପରଠୁ ଋଷୀୟ କ୍ରୁଡ୍ ଅଏଲ ଭାରତର ଉର୍ଜା ଆବଶ୍ୟକତାକୁ ପୁରା କରିବାକୁ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ହୋର୍ମୁଜ୍ ଷ୍ଟ୍ରେଟ୍ ଦେଇ ଜାହାଜ ଗଲେ ତାକୁ ଧ୍ୱଂସ କରିଦେବୁ ବୋଲି ଧମକ ଦେଇଛି ଇରାନ୍। ଏଥିରେ ଆମେରିକା, ଇସ୍ରାଏଲ, ୟୁରୋପ ଓ ପଶ୍ଚିମ ସହଯୋଗୀ ରାଷ୍ଟ୍ରଙ୍କ ନାଁ ନେଇଥିଲା ଇରାନ। ହେଲେ ଇସଲାମିକ ରିଭୋଲୁସନ ଗାର୍ଡ କୋର୍ ବୟାନରେ ଭାରତର ନାଁ ନେଇନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now