ପୁଞ୍ଜିବଜାରରେ ଅସ୍ଥିରତା ସତ୍ତ୍ୱେ ନିବେଶକଙ୍କ ମନୋବଳ ଭାଙ୍ଗିନି

ନିବେଶକଙ୍କ ମନୋବଳ ଭାଙ୍ଗିନି। ଗ୍ଲୋବାଲ ଟ୍ରେଣ୍ଡର ପ୍ରଭାବରେ  ଭାରତୀୟ ପୁଞ୍ଜି ବଜାରରେ ବା ଇଣ୍ଡିଆନ୍ ଷ୍ଟକ୍ ମାର୍କେଟରେ ଯେଭଳି ସ୍ଥିତି ଟଳମଳ ହୋଇଛି। ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ସ୍ୱାହା ହୋଇଗଲା। ତା ସତ୍ତ୍ୱେ ନିବେଶକଙ୍କ ଉତ୍ସାହ କମିନି। ନାସନାଲ ଷ୍ଟକ୍ ଏକ୍ସଚେଞ୍ଜ ବା ଏନଏସଇର ରିପୋର୍ଟ ଅନୁସାରେ ଫେବୃଆରୀ ୨୦୨୫ ଶେଷ ସୁଦ୍ଧା ୧୧.୨ କୋଟି ନିବେଶକ ପଞ୍ଜୀକୃତ କରିଥିଲେ। ଏମାନଙ୍କ ଭିତରେ ୧୧.୩ ଲକ୍ଷ ନୂଆ ନିବେଶକ ଅଛନ୍ତି। ମୋଟରେ ୨୧.୯ କୋଟି ଏକ୍ସଚେଞ୍ଜରେ ନାଁ ପଞ୍ଜୀକରଣ କରିଛନ୍ତି। ନିବେଶକ ବେସ୍ ୨୦୨୪ ଫେବୃଆରୀ ସୁଦ୍ଧା ୯ କୋଟି ଅତିକ୍ରମ କରିଥିଲା ବେଳେ ମାତ୍ର ୫ ମାସରେ ଅର୍ଥାତ ଅଗଷ୍ଟ ସୁଦ୍ଧା ୧୦କୋଟି ଅତିକ୍ରମ କରିଥିଲା।  ଜାନୁଆରୀ ୨୦, ୨୦୨୫ଲେ ଏହା ୧୧ କୋଟି ପାର୍ କରିଥିଲା। ଉତ୍ତର ଭାରତରେ ସର୍ବାଧିକ ୪.୧ କୋଟି ନିବେଶକ ପଞ୍ଜୀକରଣ କରିଥିଲା ବେଳେ ପଶ୍ଚିମ ଭାରତରେ ୩.୪ କୋଟି, ଦକ୍ଷିଣ ଭାରତରେ ୨.୩ କୋଟି ଓ ପୂର୍ବ ଭାରତରେ ୧.୩ କୋଟି ନିବେଶକ ପଞ୍ଜୀକରଣ କରିଛନ୍ତି। ଗଲା ବର୍ଷକ ଭିତରେ ଉତ୍ତର ଓ ପୂର୍ବ ଭାରତରେ କ୍ରମାନ୍ୱୟରେ ୨୭.୭ ଓ ୨୭.୩ ପ୍ରତିଶତ ବୃଦ୍ଧି ପାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *