ମୋଦିଙ୍କୁ ପୁଣି ମନେ ପକାଇଛନ୍ତି ଟ୍ରମ୍ପ। ଟାରିଫ ମାଡ଼କୁ ନେଇ ଭାରତ- ଆମେରିକା ଭିତରେ ଜାରି ଥିବା ତିକ୍ତତା ସମ୍ପର୍କ ଭିତରେ ପୁଣି ଥରେ ନରମିଛନ୍ତି ଟ୍ରମ୍ପ। ମୋଦିଙ୍କୁ ସବୁଠୁ ଭଲ ବନ୍ଧୁ ବୋଲି କହିବା ସହ ଭାରତ-ଆମେରିକା ଭିତରେ ବେପାର ପ୍ରତିବନ୍ଧକକୁ ଦୂର କରିବାକୁ ଉଭୟ କଥା ହେବେ ବୋଲି କହିଛନ୍ତି ଟ୍ରମ୍ପ। ଆଗାମୀ ସପ୍ତାହରେ ଉଭୟ ଏକାଠି ବସି ସମସ୍ୟା ସମାଧାନ ବାବଦରେ କଥା ହେବାକୁ ଉତ୍ସୁକ ବୋଲି କହିଛନ୍ତି ଟ୍ରମ୍ପ। ତାଙ୍କର ପୁରା ବିଶ୍ୱାସ ଯେ, ଓ୍ୱାସିଂଟନ ଓ ଦିଲ୍ଲୀ ଭିତରେ ଜାରି ଥିବା ବେପାର ବାର୍ତ୍ତାରୁ ସଫଳ ପରିଣାମ ମିଳିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ ଏଭଳି ସକରାତ୍ମକ ମେସେଜ୍ ଦେଇଛନ୍ତି। ଟ୍ରମ୍ପଙ୍କ ପୋଷ୍ଟକୁ ନେଇ ମୋଦି କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଓ ଆମ ସମ୍ପର୍କର ସକରାତ୍ମକ ମୂଲ୍ୟାଙ୍କନ ଗଭୀରତାକୁ ସମ୍ମାନ କରୁଛି। ଏହାକୁ ସ୍ୱୀକାର କରୁଛି। ଭାରତ-ଆମେରିକା ଭିତରେ ବହୁତ ସକରାତ୍ମକ ଓ ଭବିଷ୍ୟତକୁ ଦେଖିବାରେ ବ୍ୟାପକ ଓ ବୈଶ୍ୱିକ ରଣନୀତିକ ବୁଝାମଣା ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now