ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି- ବଢ଼ିଲା ଏମଏସପି

ଚାଷୀଙ୍କୁ ଭେଟି ଦେଲେ ମୋଦି କ୍ୟାବିନେଟ। ଏମଏସପିରେ ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଗଲା ୧୦ ବର୍ଷ ଧରି ଖରିଫ ଫସଲରେ ଏମଏସପିରେ ଲଗାତାର ବୃଦ୍ଧି ଜାରି ରହିଛି। ଆଉ ଏହି କ୍ରମରେ ୨୦୨୫-୨୬ ବର୍ଷ ପାଇଁ ଏମଏସପିକୁ କ୍ୟାବିନେଟ ମୋହର ମାରିଛି। ମୋଟ୍ ୨ଲକ୍ଷ ୭ହଜାର କୋଟି ଟଙ୍କାର ଆକଳନ କରାଯାଇଛି। କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ୩ ପ୍ରତିଶତ ବଢ଼ାଇ ୨ହଜାର ୩୬୯ ଟଙ୍କା କରାଯାଇଛି। ଆସନ୍ତା ଖରିଫ ସିଜିନରେ ସାମାନ୍ୟ ଓ ଏ-ଗ୍ରେଡ୍ ଧାନ କିସମର ସମର୍ଥନ ମୂଲ୍ଯ ପ୍ରତି କ୍ୱିଣ୍ଟାଲରେ ୬୯ ଟଙ୍କା ବଢ଼ି ଯଥାକ୍ରମେ ୨,୩୬୯ ଓ ୨,୩୮୯ ଟଙ୍କା ହୋଇଛି। ହରଡ଼ ଡାଲିର ମୂଲ୍ଯ ୪୫୦ ଟଙ୍କା ବଢ଼ାଇ ପ୍ରତି କ୍ୱିଣ୍ଟାଲ ପିଛା ୮ହଜାର ଟଙ୍କା କରିଦିଆଯାଇଛି। ମୁଗ ଡାଲିର ଏମଏସପି ୮୬ ଟଙ୍କା ବଢ଼ି କ୍ୱିଣ୍ଟାଲ ପିଛା ୮,୭୬୮ ଟଙ୍କା ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *