ଘର ନିର୍ମାଣ ପାଇଁ ଆଉ ନାହିଁ ନକ୍ସା ଝଞ୍ଜଟ

ଏଣିକି ହଜାରେ ବର୍ଗଫୁଟ ଯାଏଁ ଘର କରିବାକୁ ଦରକାର ହେବନି ପ୍ଲାନିଂ ନକ୍ସାର ଅନୁମତି। ସାଧାରଣ ଲୋକଙ୍କ ପାଇଁ ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି। ୟୁପି ବିଲଡଂ ବାଇ-ଲ ୨୦୨୫ ଅନୁସାରେ ଏବେ ହଜାରେ ବର୍ଗଫୁଟ ଯାଏ ଘର କରିବାକୁ ପ୍ଲାନ୍ ମଞ୍ଜୁରୀ ଜରୁରୀ ନୁହେଁ। ୫ହଜାର ବର୍ଗଫୁଟ୍ ଯାଏ ଫ୍ଲାଟ୍ ପାଇଁ କେବଳ ଆର୍କିଟେକଙ୍କ ସାର୍ଟିଫିକେଟ ଯଥେଷ୍ଟ। ଏହା ସହ ଆପାର୍ଟମେଣ୍ଟ ନିର୍ମାଣ କ୍ଷେତ୍ରରେ ବି ପ୍ଲଟ ସାଇଜକୁ ହ୍ରାସ କରାଯାଇଛି। ପୂର୍ବରୁ ୨ହଜାର ବର୍ଗମିଟର ପ୍ଲଟରେ ହିଁ ଆପାର୍ଟମେଣ୍ଟ ତିଆରି ଲାଗି ଅନୁମତି ଥିଲା। ଏଣିକି ହଜାର ବର୍ଗମିଟର ଏରିଆରେ ବି ଆପାର୍ଟମେଣ୍ଟ ହୋଇପାରିବ। କମର୍ସିଆଲ ବିଲଡିଂ ଓ ହସ୍ପିଟାଲ ପାଇଁ ୩ହଜାର ବର୍ଗମିଟର ପ୍ଲଟ ପର୍ଯ୍ୟାପ୍ତ ଅଟେ। ଏନଓସି ପ୍ରକ୍ରିୟାରେ ବି ବଡ଼ ପରିବର୍ତ୍ତନ କରିଛନ୍ତି ଯୋଗୀ ସରକାର। ଯଦି କୌଣସି ବିଭାଗ ୭ଦିନରୁ ୧୫ ଦିନ ଭିତରେ ଏନଓସି ଦେବନି, ତାହେଲେ ସେ ଏନଓସି ଆବେଦନକୁ ସ୍ୱତଃପ୍ରବୃତ୍ତ ଅନୁମତି ବୋଲି ଧରାଯିବ। ଏହା ସହ ଏଣିକି ଘରେ ବି ପ୍ରଫେସନାନ ସର୍ଭିସ ଚଳାଇପାରିବେ। ଅର୍ଥାତ୍ ଘରର ୨୫ ପ୍ରତିଶତ ଜାଗାରେ ଡାକ୍ତର, ଓକିଲ, ଚାଟାର୍ଡ ଆକାଉଣ୍ଟାଣ୍ଟ, ଆର୍କିଟେକଙ୍କ ଭଳି ପ୍ରଫେସନାଲ ଅଫିସ ଚଳାଇପାରିବେ। ଏଥିଲାଗି ବି ନକ୍ସାରେ ଅଲଗା ଉଲ୍ଲେଖ କରିବା ଆବଶ୍ୟକତା ନାହିଁ। ଏଭଳି ନିଷ୍ପତ୍ତିରୁ ଘର କରିବାର ପ୍ରକ୍ରିୟା ତ୍ୱରାନ୍ନିତ ସହ ଶସ୍ତା ହେବ। ଭ୍ରଷ୍ଟାଟାର ଓ ନାଲିଫିତା ତଳେ ଫାଇଲ ଧୂଳି ଖାଇବା କମିବ। ଛୋଟ ପ୍ଲଟ ଥିବା ଲୋକେ ବି ଆପାର୍ଟମେଣ୍ଟ ତିଆରି ଲାଗି ମଉକା ପାଇବେ। ପ୍ରଫେସନାଲଙ୍କୁ ଘରୁ କାମ କରିବାକୁ ସୁବିଧା ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *