ଗତବର୍ଷ ମୂଲ୍ୟ ନିୟନ୍ତ୍ରଣ ପାଇଁ ପାଞ୍ଚ ଲକ୍ଷ ଟନ୍ ପିଆଜ କ୍ରୟ କରିବାର ମୋଟ ଲକ୍ଷ୍ୟରୁ ବଫର ଷ୍ଟକ୍ ପାଇଁ ସରକାର ଚଳିତ ବର୍ଷ ପ୍ରାୟ ୭୧,୦୦୦ ଟନ୍ ପିଆଜ କିଣିବା ପରେ ଏବେ ପିଆଜ ମୂଲ୍ୟ ସ୍ଥିର ରହିଥିଲା। ଗତବର୍ଷ ମଧ୍ୟ ପିଆଜ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିଲେ। ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗତ ବର୍ଷ ଅଗଷ୍ଟରୁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିବା ସହିତ ଅନେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏ ହା ଏପ୍ରିଲ ପହିଲା ୨୦୨୫ରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ଏହା ଫଳରେ ପୁଣି ପିଆଜର ଦର ବଢ଼ିପାରେ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି। ସୁଲଭ ମୂଲ୍ୟରେ ଉପଭୋକ୍ତା ପିଆଜ ପାଇବାକୁ ସରକାର ଶୁଳ୍କ, ସର୍ବନିମ୍ନ ରପ୍ତାନୀ ମୂଲ୍ୟ (ଏମଇପି) ଏବଂ ୨୦୨୩ ଡିସେମ୍ବର ୮ରୁ ୨୦୨୪ ମଇ ୩ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ମାସ ପାଇଁ ରପ୍ତାନୀ ନିଷେଧାଦେଶ ଜାରି କରାଯାଇଥିଲା। ରପ୍ତାନୀକୁ ରୋକିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ। ଏହି ୨୦ ପ୍ରତିଶତ ରପ୍ତାନି ଶୁଳ୍କକୁ ୧୩ ସେପ୍ଟେମ୍ବର ୨୦୨୪ଠାରୁ ଲାଗୁ ହୋଇଥିଲା। ତେବେ ରପ୍ତାନୀ ଶୁଳ୍କ ହଟିବା ପରେ ପୁଣି ନାନା ସମସ୍ୟା ଦେଖାଦେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି

Naxatra News is now on Whatsapp
Join and get latest news update delivered to you via whatsapp
Join Now