୫ ଟଙ୍କାର ପାର୍ଲେଜି ବିସ୍କୁଟ- ଗାଜାରେ ଲକଜରି ସାମଗ୍ରୀ- ୨୩ଶହ ଟଙ୍କାରେ ବିକ୍ରି

ଗାଜାରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ମାନବିକ ସଙ୍କଟ ମଧ୍ୟରେ ଏକ ଭିଡିଓ ସମ୍ପୂର୍ଣ୍ଣ ବିଶ୍ୱର ଧ୍ୟାନ ଆକୃଷ୍ଟ କରିଛି। ଜଣେ ଫିଲିସ୍ତିନୀ ବାପା ମହମ୍ମଜ ଜଓ୍ୱାଦ୍ ତାଙ୍କର ଝିଅ ପାଇଁ ପାର୍ଲେ-ଜି ବିସ୍କୁଟର ଏକ ପ୍ୟାକେଟ୍ କିଣିଥିଲେ, ଯାହା ପାଇଁ ସେ ୨,୩୦୦ ଟଙ୍କା ଦେଇଥିଲେ। ଭାରତରେ ଏହି ବିସ୍କୁଟ ପ୍ୟାକେଟ୍ ମାତ୍ର ୫ ଟଙ୍କାରେ ମିଳେ। ଏହି ଦାମର ଏତେ ବଡ଼ ତଫାତ୍ ଦର୍ଶାଉଛି ଯେ, ଗାଜାରେ ଖାଦ୍ୟ ସାମଗ୍ରୀ ଆଣିବା ଏବଂ ମିଳିବା କିପରି କାଠିକର ହୋଇପଡ଼ିଛି। ବାପାଙ୍କର ଭାବୁକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେଉଁଠି ଝିଅ ପାର୍ଲେ-ଜି ବିସ୍କୁଟ ଦେଖି ବହୁତ ଖୁସି ହେଉଛି, ଯାହା ଆଗରୁ ସେ ଖାଇପାରୁ ନଥିଲା। ଏହି ହୃଦୟସ୍ପର୍ଶୀ ଘଟଣା ଅନେକଙ୍କ ମନକୁ ଛୁଇଁଯାଇଛି ଏବଂ ଏହା ଏହି ଯୁଦ୍ଧ କ୍ଷେତ୍ରରେ ସାଧାରଣ ଜନତା କେତେ ଭୟାନକ ଅବସ୍ଥାରେ ଅଛନ୍ତି ତାହାକୁ ଅନ୍ତର୍ଜାତୀୟ ମଞ୍ଚକୁ ଚିନ୍ତା କରିବାକୁ ପୁଣି ବାଧ୍ୟ କରିଛି। ଏହି ପରିସ୍ଥିତି ମାନବୀୟ ସାହାଯ୍ୟ ପଠାଇବାକୁ ଆହ୍ୱାନ ଦେଉଛି। କାରଣ ସାଧାରଣ ଖାଦ୍ୟ ଦ୍ରବ୍ୟ ମଧ୍ୟ ବିଳାସମୟ ବସ୍ତୁ ଭଳି ହୋଇଗଲାଣି ଗାଜାରେ। କଳାବଜାରୀ ବୃଦ୍ଧି ଓ ମାନବୀୟ ସହାୟତା ସାମଗ୍ରୀର ହ୍ରାସ ଲାଗି ଏଭଳି ଉତ୍କଟ ସ୍ଥିତି ଉପୁଜିଛି। ଏମିତିରେ ଗାଜାରେ ଖାଦ୍ୟ ଅଭାବ ଓ ମହଙ୍ଗା ମାଡ଼ରେ ଲୋକେ ସନ୍ତୁଳିତ ହେଲେଣି। ଗଲା ୩୦ ବର୍ଷ ଧରି ପାର୍ଲେ-ଜି କମ୍ପାନୀ ନିଜ ବିସ୍କୁଟର ଦର ଟଙ୍କାଟିଏ ବି ବଢ଼ାଇନି। କିନ୍ତୁ ୫ ଟଙ୍କିଆ ବିସ୍କୁଟ ଗାଜାରେ ୨୩ଶହ ଟଙ୍କାରେ ବିକ୍ରି ପଛର ରହସ୍ୟ ଜାଣି ସମସ୍ତେ ତାଜୁବ ଓ ଦୁଃଖିତ। ଭାରତର ୫ଟଙ୍କିଆ ପାର୍ଲେ-ଜି ବିସ୍କୁଟ ଗାଜାରେ ଦୁର୍ଭିକ୍ଷ ସ୍ଥିତି ବେଳେ ଲକଜରି ସାମଗ୍ରୀ ହୋଇସାରିଲାଣି। ଭାରତରେ ପାର୍ଲେ-ଜିର ଦାମ ୫ ଟଙ୍କା ଓ ଅନ୍ତରାଷ୍ଟ୍ରୀୟ ବଜାରରେ ଶହେ ଟଙ୍କା ପଡ଼େ। ଭିଡ଼ିଓ ଭାଇରାଲ ପରେ ଅନେକ ୟୁଜର୍ସ କହିଛନ୍ତି ଯେ, ଗାଜାକୁ ସାହାଯ୍ୟ କରିବାକୁ ଭାରତ ପାର୍ଲେ-ଜି ବିସ୍କୁଟ ପଠାଇଥିଲା। କିନ୍ତୁ ହମାସ ଏହି ଟ୍ରକକୁ କବଜା କରି ଚଢ଼ା ଦରରେ ବିକିବାରେ ଲାଗୁଛି। ଜଓ୍ୱାଦ୍ ଏହା ବି କହିଛନ୍ତି, ଗାଜାରେ ଅଟା କିଲୋ ୫ଶହ ଡଲାର ଓ ଚିନି କେଜି ୯୦ଡଲାରରେ ବିକାଯାଉଛି। ଏମିତିରେ ଗାଜାରେ ଅକାଳ ପଡ଼ିଛି। ନିକଟରେ ଇସ୍ରାଏଲର ସୁରକ୍ଷା ବଳ ଗାଜାର ଏକ ସହାୟତା ବିତରଣ କେନ୍ଦ୍ରକୁ ଯାଉଥିବା ଭିଡ଼ ଉପରେ ଗୁଳି କରିବାରୁ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଗଲା ୩ ଦିନ ଭିତରେ ଖାଦ୍ୟ ସାମଗ୍ରୀ ବିତରଣ କେନ୍ଦ୍ରକୁ ଆସୁଥିବା ଲୋକଙ୍କ ଉପରେ ଗୁଳିମାଡ଼ର ଏହା ତୃତୀୟ ଘଟଣା। ଇସ୍ରାଏଲ ସେନା ସଫେଇ ଦେଇଛି ଯେ, ସେ କିଛି ସନ୍ଦିଗ୍ଧଙ୍କ ଉପରେ ଗୁଳି ମାଡ଼ କରିଥିଲେ। ଯେଉଁମାନେ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ଇସ୍ରାଏଲ ଓ ଆମେରିକା ସମର୍ଥିତ ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନର ସହାୟତା ବିତରଣ କେନ୍ଦ୍ର ଉପରେ ଗୁଳିକାଣ୍ଡର ଘଟଣା ନିରନ୍ତର ହେବାରେ ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *