ଆମେରିକୀୟ ଡଲାରର ମୂଲ୍ୟ କମାଇବାକୁ ଆରବିଆଇ ବଡ ପଦକ୍ଷେପ ନେଇଛି । ଏଣିକି ଭାରତୀୟ ଟଙ୍କାରେ ଆନ୍ତରାଷ୍ଟ୍ରୀୟ କାରବାର ହୋଇପାରିବ । ଭାରତ ପ୍ରତି ଅନ୍ତ୍ରଜାତୀୟ ବ୍ୟବସାୟୀଙ୍କ ଆଗ୍ରହ ଏବଂ ରୁଷ ୟୁକ୍ରେନ ଯୁଦ୍ଧ ଯୋଗୁଁ ଟଙ୍କା ଉପରେ ବଢୁଥିବା ଚାପ ଭିତରେ ଏହି ପଦକ୍ଷେପ ନେଇଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଛି । ଟଙ୍କାରେ ଆନ୍ତ୍ରଜାତୀୟ ବେପାର କରିବା ପାଇଁ ଏକ ବ୍ୟବସ୍ଥା ତିଆରି କରୁଛି । ଏହି ବ୍ୟବସ୍ଥା ଫରେନ ଏକ୍ସଚେ୍ଞ୍ଜ ଆକ୍ଟ ଅନୁସାରେ କରାଯାଇଛି ।
ଆରବିଆଇ କହିଛି ଏହି ବ୍ୟବସ୍ଥା ଜରିଆରେ ଭରାତୀୟ ଟଙ୍କାରେ ଆମଦାନୀ ଓ ରପ୍ତାନୀ କରାଯାଇପାରିବ । ଏଥିରେ ଭାରତ ଓ ଅନ୍ୟ ଦେଶରେ ମୁଦ୍ରାର ବିନିମୟ ମୁଲ୍ୟ ନିର୍ଧାରଣ ରଖାଯାଇପାରିବ । ଫଳରେ ସଉଦା ଭାରତୀୟ ଟଙ୍କାରେ ହୋଇପାରିବ । ଏଥିପାଇଁ ଅଧିକୃତ ବ୍ୟାଙ୍କ କୁ ଏହି ବ୍ୟବସ୍ଥା ଲାଗୁ କରିବା ପୁର୍ବରୁ ବିଦେଶୀ ମୁଦ୍ରା ବିଭାଗ ପକ୍ଷରୁ ଆଗୁଆ ଅନୁମତି ନେବାକୁ ପଡିବ ।
- ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now