ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କ ଭିତରେ ବିବାଦ ଘନେଇଲାଣି। ଏହି ବିବାଦ ଉଭୟ ରାଜନୈତିକ ଓ ଆର୍ଥିକ ଆଧାରରେ ତେଜିଲାଣି। ଟେସଲା ଏବଂ ସ୍ପେସ୍ଏକ୍ସର ସିଇଓ ଏଲନ୍ ମସ୍କଙ୍କ ସହ ଟ୍ରମ୍ପଙ୍କ ପ୍ରଥମ ଥର ବାକଯୁଦ୍ଧ ଅଧିକ ଶାଣିତ ହୋଇଛି। ବିବାଦର ମୂଳ କାରଣ ହେଉଛି ଟ୍ରମ୍ପଙ୍କ “One Big Beautiful Bill Act” ଉପରେ ମସ୍କଙ୍କ ଆଲୋଚନା। ମସ୍କ ଏହି ବିଲ୍କୁ “ଘୃଣିତ ଅବମାନନା” ବୋଲି କହିଥିଲେ, କାରଣ ଏହି ବିଲ୍ରେ ଇଲେକ୍ଟ୍ରିକ୍ ଯାନ ସବସିଡି କମାଇବା, ସ୍ୱାସ୍ଥ୍ୟ ସେବା ଓ ଖାଦ୍ୟ ସହାୟତାରେ ରିହାତ, ସେନା ଓ ସୀମା ସୁରକ୍ଷା ପାଇଁ ଅଧିକ ଖର୍ଚ୍ଚ ରଖିବା ପ୍ରସ୍ତାବ ଅଛି, ଯାହା ତାଙ୍କ ବ୍ୟବସାୟ ଓ ଆର୍ଥିକ ନୀତି ସହିତ ବିରୋଧାଭାସ ସୃଷ୍ଟି କରେ। ଉଭୟ ଟ୍ରମ୍ପ ଓ ମସ୍କ ବ୍ୟକ୍ତିଗତସ୍ତରକୁ ବିବାଦକୁ ଟାଣିଆଣିଲେଣି। ମସ୍କ ଦାବି କରିଛନ୍ତି ଯେ, ସେ $300 ମିଲିଅନ୍ ଅର୍ଥ ସହଯୋଗ ଦେଇନଥିଲେ ଟ୍ରମ୍ପ 2024 ର ନିର୍ବାଚନ ହାରିଥାନ୍ତେ। ଏହା ପରେ ଟ୍ରମ୍ପ ମସ୍କଙ୍କ ଫେଡେରାଲ୍ କଣ୍ଟ୍ରାକ୍ଟ ବାତିଲ କରିବା ଓ ତାଙ୍କ କମ୍ପାନୀଗୁଡ଼ିକୁ ଦିଆଯାଉଥିବା ସବସିଡି ବନ୍ଦ କରିବା ଧମକ ଦେଇଥିଲେ। ମସ୍କ ଏହାକୁ ପ୍ରତିଶୋଧପରାୟଣତାର ଆଖ୍ୟା ଦେଇଛନ୍ତି। ଏହି ବିବାଦର ପ୍ରଭାବରେ ଟେସ୍ଲାର ସୋୟର ମୂଲ୍ୟ 14% ହ୍ରାସ ପାଇଥିଲା, ଯାହା ଗୋଟିଏ ଦିନରେ $150 ବିଲିଅନ୍ ମୂଲ୍ୟ ହ୍ରାସ ସୃଷ୍ଟି କରିଥିଲା। ଏହା ସହିତ, ଟ୍ରମ୍ପଙ୍କ ଧମକ ମସ୍କଙ୍କ ସ୍ପେସ୍ଏକ୍ସ ଓ ଟେସ୍ଲା କମ୍ପାନୀଗୁଡ଼ିକର ଫେଡେରାଲ୍ ସହଯୋଗ ଓ କଂଟ୍ରାକ୍ଟ ଉପରେ ପ୍ରଶ୍ନ ଉଠାଇଛି, ଯାହା ତାଙ୍କ ବ୍ୟବସାୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ।ଏହି ବିବାଦ ରାଜନୈତିକ ମଞ୍ଚରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। କିଛି ରିପବ୍ଲିକାନ୍ ସିନେଟର ମସ୍କଙ୍କୁ ସମର୍ଥନ କରିଥିଲେ, ଯେପରିକି ସିନେଟର ରାଣ୍ଡ ପଲ୍ ଏବଂ ରିପ୍ରେଜେଣ୍ଟେଟିଭ୍ ଥୋମାସ୍ ମାସି ମସ୍କଙ୍କ ଅଭିମତ ସହିତ ସମ୍ମତି ପ୍ରକାଶ କରିଥିଲେ।ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ଏହି ବିବାଦ ତାଙ୍କର ପୂର୍ବତନ ସହଯୋଗୀ ସମ୍ପର୍କରେ ତିକ୍ତତାର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି, ଯାହା ରାଜନୈତିକ ଓ ଆର୍ଥିକ ମଞ୍ଚରେ ଗମ୍ଭୀର ପ୍ରଭାବ ପକାଇପାରେ। ଏହି ବିବାଦର ଅନୁପ୍ରଭାବ ଆଗାମୀ ଦିନରେ କିପରି ଘଟିବ, ତାହା ଦେଖିବାକୁ ଅପେକ୍ଷା କରିବାକୁ ପଡ଼ିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now