ନିଟ୍-ୟୁଜି ;ରିପୋର୍ଟ ଦେବାକୁ ନିର୍ଦ୍ଦେଶ ,ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

Spread the love

ନିଟ୍- ୟୁଜି ପରୀକ୍ଷା ବାତିଲ୍ ହେବ ନା ନାହିଁ। ଏହା ଉପରେ ଚୂଡ଼ାନ୍ତ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ରାୟକୁ ୨୪ ଲକ୍ଷ ପରୀକ୍ଷାର୍ଥୀଙ୍କର ଅପେକ୍ଷା ଥିଲା। ପରୀକ୍ଷା ବାତିଲ୍ ନେଇ ୩୮ଟି ଆବେଦନ ପଡ଼ିଥିଲା କୋର୍ଟରେ। ଏଥିରୁ ୩୪ଟି ଆବେଦନ ଛାତ୍ରଛାତ୍ରୀ, ଶିକ୍ଷକ ଓ କୋଚିଂ ଇନଷ୍ଚିଚ୍ୟୁଟ୍ ଦାଏର କରିଥିଲେ। ୪ଟି ଆବେଦନ ନାସନାଲ ଟେଷ୍ଟିଂ ଏଜେନ୍ସିଂ ନା ଏନଟିଏ କରିଥିଲା। ଶୁଣାଣୀ ଅବସରରେ ପ୍ରଧାନ ବିଚାରପତି ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ ପଚାରିଥିଲେ କି ନିଟ୍‌-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥାକୁ ଗ୍ରହଣ କରିନିଆଯିବ କି। ଏ କଥା ସ୍ପଷ୍ଟ ଯେ, ପ୍ରଶ୍ନପତ୍ର ଲିକ୍ ହୋଇଛି। ନିଃସନ୍ଦେହରେ କୁହାଯାଇପାରେ କି, ପରୀକ୍ଷାର ମର୍ଯ୍ୟାଦାକୁ କମ୍ପ୍ରମାଇଜ୍ କରାଯାଇଥିଲା। ଯଦି ଇଲୋକ୍ଚ୍ରୋନିକ୍ସ କି ସୋସିଆଲ ମିଡିଆ ଜରିଆରେ ଏହା ହୋଇଥିବ, ତେବେ ଏହା ବ୍ୟାପକ ହୋଇଥିବାର ଯଥେଷ୍ଟ ସମ୍ଭାବନା ରହିଛି।  ଯଦି ପରୀକ୍ଷା ବାତିଲ କରିବାନି। ତା ହେଲେ କେତେ ଛାତ୍ରଛାତ୍ରୀ ଏହି ଅନିୟମିତତା କରିଛନ୍ତି ବୋଲି କେମିତି ଚିହ୍ନଟ କରାଯିବ ବୋଲି ପଚାରିଥିଲେ ସିଜେଆଇ। ଗ୍ରେସ୍‌ମାର୍କ ମିଳିଥିବା ୧୫୬୩ ପରୀକ୍ଷାର୍ଥୀଙ୍କ ଭିତରୁ ୬ଜଣଙ୍କୁ ମିଳିଥିଲା ଶତପ୍ରତିଶତ ନମ୍ୱର ବୋଲି କହିଥିଲା ଏନଟିଏ। କେଉଁ ଆଧାରରେ ଦ୍ୱିତୀୟ ଥର ପରୀକ୍ଷା ଦାବି କରୁଛନ୍ତି ବୋଲି ଆବେଦନକାରୀଙ୍କ ଓକିଲଙ୍କୁ ପଚାରିଥିଲେ କୋର୍ଟ। ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ରଦ୍ଦକୁ ନେଇ ବିରୋଧ କରିଥିଲା। ଗଡବଡ଼ କେବଳ ସୀମିତ ପରୀକ୍ଷାକେନ୍ଦ୍ରରେ ହୋଇଥିଲା। ବଡ଼ ଧରଣର ଅନିୟମିତତା ନେଇ କୌଣସି ପ୍ରମାଣ ମିଳିନି। ସେଥିଲାଗି ନିଟ୍ ପରୀକ୍ଷା ଆଉ ଥରେ କରିବାର ଆବଶ୍ୟକତା ନାହିଁ। ତେବେ ଏହାର ପରବର୍ତ୍ତୀ ଶୁଣାଣୀ ଗୁରୁବାରକୁ ରଖିବାକୁ ଅନୁରୋଧ କରିଥିଲେ ସଲିସିଟର ଜେନେରାଲ। ସେପଟେCBIକୁ ଷ୍ଟାଟସ୍‌ ରିପୋର୍ଟ ଦେବାକୁ କହିଲେ ସୁପ୍ରିମକୋର୍ଟ ।

Leave a Reply

Your email address will not be published. Required fields are marked *