ସ୍କୁଲ୍ ପିଲାମାନଙ୍କ ମଧ୍ୟରେ ଦେଶପ୍ରେମ , କର୍ତ୍ତବ୍ୟ ଏବଂ ସାହସ , ବଳିଦାନର ମୂଲ୍ୟବୋଧକୁ ଜାଗ୍ରତ କରିବା ପାଇଁ ନ୍ୟାସନାଲ ଓ୍ବାର ମେମୋରିଆଲ ( ଜାତୀୟ ଯୁଦ୍ଧ ସ୍ମାରକୀ) ଶୀର୍ଷକ ଏକ କବିତା ଏବଂ ‘ବୀର ଅବଦୁଲ ହମିଦ’ ନାମକ ଅଧ୍ୟାୟ ଏନସିଇଆରଟି ରେ ଷଷ୍ଠ ଶ୍ରେଣୀ ପାଠ୍ୟ ପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ବିଦ୍ୟାଳୟ ଶିକ୍ଷା ୨୦୨୩ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ସହିତ ସହିତ ସମନ୍ବୟ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି। “ନ୍ୟାସନାଲ ଓ୍ବାର ମେମୋରିଆଲ୍” କବିତା ଏହା ପଛରେ ନିହିତ ଥିବା ଗୈ।ରବର ଗାଥାକୁ ଉଲ୍ଲେଖ କରେ । ‘ବୀର ଅବଦୁଲ ହମିଦ’ ଶୀର୍ଷକ ଅଧ୍ୟାୟ 1965 ମସିହାରେ ଭାରତ – ପାକିସ୍ଥାନ ଯୁଦ୍ଧ ସମୟରେ ଦେଶ ପାଇଁ ସଂଗ୍ରାମ କରି ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ଯୋଦ୍ଧା ଅବଦୁଲ ହମିଦଙ୍କୁ ସମ୍ମାନିତ କରାଯିବା ଏବଂ ତାଙ୍କୁ ଦେଶର ସର୍ବୋଚ୍ଚ ଗ୍ୟାଲେଣ୍ଟ୍ରି ପୁରସ୍କାର ପରମବୀର ଚକ୍ର ପ୍ରଦାନ କରାଯିବା ଉପରେ ଆଧାରିତ | ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍ ରେ ଥିବା ଆଇକନିକ୍ ସେଣ୍ଟ୍ରାଲ୍ ଭିସ୍ତା ‘ସି’ ହେକ୍ସାଗନ ଠାରେ 25 ଫେବୃଆରୀ 2019 ରେ ଜାତୀୟ ଯୁଦ୍ଧ ସ୍ମାରକୀକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଜାତୀୟ ଯୁଦ୍ଧ ସ୍ମାରକୀକୁ ଏକ ପ୍ରତୀକାତ୍ମକ ଜାତୀୟ ସ୍ମାରକ ରୂପେ ବ୍ରାଣ୍ଡିଂ କରିବା ପାଇଁ ଆରମ୍ଭ ହୋଇଥିବା ଏକ କାର୍ଯ୍ୟ ଯୋଜନାର ଏକ ଅଂଶ ଭାବରେ, ପ୍ରତିରକ୍ଷା ମନ୍ତ୍ରଣାଳୟ ଶିକ୍ଷା ମନ୍ତ୍ରଣାଳୟ / ଏନସିଇଆରଟି ସହିତ ସହଯୋଗ କରି ପାଠ୍ୟକ୍ରମରେ ଜାତୀୟ ଯୁଦ୍ଧ ସ୍ମାରକୀ ଏବଂ ଆନୁଷଙ୍ଗିକ ସନ୍ଦର୍ଭ ଯୋଗ କରିଛି |
Naxatra News is now on Whatsapp
Join and get latest news update delivered to you via whatsapp
Join Now