ଶିକ୍ଷା/ଗବେଷଣା

ଏଣିକି ସାଧାରଣ ସରକାରୀ ସ୍କୁଲରେ ପାଠ ପଢ଼ିବେ ଭିନ୍ନକ୍ଷମ ପିଲା

   ନକ୍ଷତ୍ର ନ୍ୟୁଜ୍‌ ପ୍ରଭାବ । କୋଭିଡ ପରଠାରୁ ଅବହେଳିତ ହୋଇପଡ଼ିଥିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଠପଢ଼ା। ଏନେଇ ଆମେ ଲାଗାତାର ସ୍ୱର ଉତ୍ତୋଳନ କରିଥିଲା ନକ୍ଷତ୍ର ନ୍ୟୁଜ୍‌ । ଶେଷରେ ସରକାର ଶୁଣିଛନ୍ତି ଭିନ୍ନକ୍ଷମଙ୍କ କଥା। ଏଣିକି ସାଧାରଣ ସରକାରୀ ସ୍କୁଲ ଗୁଡ଼ିକରେ ବି ପାଠପଢ଼ି ପାରିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ। ହେଲେ ପ୍ରଶ୍ନ ଉଠୁଛି ଏଥିପାଇଁ କେତେ ପ୍ରସ୍ତୁତ ଆମ ଭିତ୍ତିଭୂମି। 

ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି । ସାଧାରଣ ସ୍କୁଲରେ ପାଠ ପଢ଼ିବେ ଭିନ୍ନକ୍ଷମ ପିଲା । ଏଣିକି ରାଜ୍ୟର ସାଧାରଣ ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରିବେ ସରକାର। ଏନେଇ ସୂଚନା ଦେଇଛନ୍ତି ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା। ଏହା ଦ୍ୱାରା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମନୋବଳ ବଢ଼ିବ। ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପ୍ରତି ସାଧାରଣ ଛାତ୍ରଛାତ୍ରୀଙ୍କ ସହାନୁଭୂତି ବଢ଼ିବ। ଏନେଇ ଆଶା ରଖିଛନ୍ତି ସରକାର।

ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ସାଧାରଣ ସ୍କୁଲରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଭିତ୍ତିଭୂମି କେତେ ପ୍ରସ୍ତୁତ? ବ୍ରେଲି ଲିପି ସହ, ଇଙ୍ଗିତ ଜରିଆରେ ପାଠପଢ଼ା, ହୁଇଲ ଚେୟାର ଭଳି ଆବଶ୍ୟକତା ପୂରଣ ହୋଇପାରିବ ତ? ରାଜ୍ୟରେ ମୋଟ ୧୦୪ଟି ଭିନ୍ନକ୍ଷମ ସ୍କୁଲରେ ପାଠପଢ଼ୁଛନ୍ତି ୬ହଜାର ୮୧୫ଜଣ ଛାତ୍ରଛାତ୍ରୀ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନରେ ଅତିରିକ୍ତ ୨ହଜାର ୨୮୦ଜଣ ଦିବ୍ୟାଙ୍ଗ ପିଲା ପାଠ ପଢ଼ୁଛନ୍ତି। ଏତେ ପିଲା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କେଉଁ ସବୁ ସ୍କୁଲରେ ଭର୍ତ୍ତି କରାଯିବ? ସାଧାରଣ ସ୍କୁଲରେ ଭିନ୍ନକ୍ଷମଙ୍କ ଆଡମିସନ ନେଇ କ’ଣ ରହବି ଗାଇଡଲାଇନ?

କରୋନା ପରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଠପଢ଼ା। ଏନେଇ ଆମେ ବାରମ୍ୱାର ଖବର ପ୍ରସାରଣ କରିଛୁ। ଶେଷର ସାଧାରଣ ସ୍କୁଲରେ ଭିନ୍ନକ୍ଷମଙ୍କ ପାଠପଢ଼ା ବ୍ୟବସ୍ଥା ନଇେ ନିଷ୍ପତ୍ତି ହୋଇଛି। ହେଲେ ଏହାକୁ ସଠିକ ଭାବେ କାର୍ଯ୍ୟକରାରୀ କରିବା ବର୍ତ୍ତମାନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

Related Articles

Leave a Reply

Your email address will not be published.

Back to top button