ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ୨୦୨୫ରେ ରେଜଲ୍ଟ। ଟପ୍ପର ହୋଇଛନ୍ତି ରଜିତ ଗୁପ୍ତା। ୩୬୦ ମାର୍କରୁ ସେ ୩୩୨ ମାର୍କ ରଖି ରାଙ୍କ ଓ୍ୱାନ ହାସଲ କରିଛନ୍ତି। ଆଇଆଇଟି ଦିଲ୍ଲୀ ଜୋନରେ ପରୀକ୍ଷା ଦେଇଥିଲେ ରଜିତ୍। ସେହିଭଳି ମହିଳା ଟପ୍ପର ହୋଇଛନ୍ତି ଦେବଦତ୍ତା ମାଝୀ। ୩୬୦ ମାର୍କରୁ ୩୧୨ ମାର୍କ ରଖିଛନ୍ତି ଦେବଦତ୍ତା। ଆଇଆଇଟି ଖଡ଼ଗପୁର ଜୋନରେ ପରୀକ୍ଷା ଦେଇଥିଲେ ଦେବଦତ୍ତା। ଜେଇଇ ଆଡଭାନ୍ସଡ ୨୦୨୫ ପରୀକ୍ଷାରେ ମୋଟ୍ ୫୪ହଜାର୩୭୮ କ୍ୟାଣ୍ଡିଡେଟ୍ କ୍ୱାଲିଫାଏ କରିଛନ୍ତି। ଏଥିରେ ୯ହଜାର୪୦୪ ଜଣ ଛାତ୍ରୀ ଅଛନ୍ତି। ମୋଟ୍ ପରୀକ୍ଷା ଦେଇଥିଲେ ୧.୮ଲକ୍ଷରୁ ଉର୍ଦ୍ଧ୍ୱ। ମେ ୧୮ରେ ମୋଟ୍ ୨୩୦ସହରର ୭୧୨ଟି ସେଣ୍ଟରରେ ପରୀକ୍ଷା ହୋଇଥିଲା। ଚଳିତବର୍ଷର ପରୀକ୍ଷାକୁ ଆଇଆଇଟି କାନପୁର ପରିଚାଳନା କରିଥିଲା। ଟପ୍ପର ରଜିତ କହିଛନ୍ତି, ଦୈନିକ ସେ ୭ ଘଣ୍ଟା ପଢ଼ୁଥିଲେ। ରାଜସ୍ଥାନ କୋଟାରେ କୋଚିଂ ନେଉଥିଲେ ରଜିତ। ପିତାମାତାଙ୍କ ବହୁତ ସହଯୋଗ ମିଳିଥିଲା। ସେ ନିଜର ଶତପ୍ରତିଶତ ଦେବାକୁ ସବୁବେଳେ ଚେଷ୍ଟା କରୁଥିଲେ। ଟପ୍ ଟେନ୍ ଭିତରେ ଅଛନ୍ତି ସାକ୍ଷମ ଜିନ୍ଦଲ, ମାଜିଦ ମୁଜାହିଦ ହୁସୈନ, ପାର୍ଥ ମନ୍ଦର ବାର୍ତ୍ତକ, ଉଜ୍ୱଳ କେଶରୀ, ଅକଶତ କୁମାର ଚୌରାସିଆ, ସାହିଲ ମୁକେଶ ଦେଓ, ଦେବେଶ ପଙ୍କଜ, ଅର୍ଣ୍ଣଭ ସିଂ ଓ ଭି.ଲୋକେଶ।


Naxatra News is now on Whatsapp
Join and get latest news update delivered to you via whatsapp
Join Now