ରାଜ୍ୟରେ ଆସନ୍ତାକାଲିଠୁ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ

Spread the love

ରାଜ୍ୟରେ ଆସନ୍ତାକାଲିଠୁ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ । ସ୍ୱାଭାବିକ ସ୍କୁଲ ଚାଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ, ରାଜ୍ୟରେ ପାଣିପାଗ ବଦଳିଛି, ତେଣୁ ସ୍କୁଲ ସ୍ୱାଭାବିକ ହେବାରେ କୌଣସି ଅସୁବିଧା ହେବ ନାହିଁ । ଏଥିସହିତ ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ,ରାଜ୍ୟରେ ପ୍ରବଳ ଖରା କାରଣରୁ ସ୍ୱାଭାବିକ ଭାବେ ଚାଲିପାରୁନଥିଲା ସ୍କୁଲ । ହେଲେ ଏବେ ପାଣିପାଗ ବଦଳିଥିବାରୁ, ସ୍କୁଲ ସ୍ୱାଭାବିକ ଚାଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *