ପବ୍ଲିକ ଡିବେଟ୍ ଓ ସମାଲୋଚନା ଲାଗି କୋର୍ଟ ସବୁବେଳେ ଉନ୍ମକ୍ତ ରହିବା ଦରକାର। ଏପରିକି ବିଚାରାଧୀନ ମାମଲାକୁ ନେଇ ବି ଲୋକେ ଓ ଗଣମାଧ୍ୟମ ବିତର୍କ କରିପାରିବେ। ସୁପ୍ରିମକୋର୍ଟ ଏ କଥା କହିଛନ୍ତି। ସୁସ୍ଥ ଗଣତନ୍ତ୍ର ଲାଗି ନ୍ୟାୟାଳୟ ଓ ଗଣମାଧ୍ୟମର ପରସ୍ପର ପ୍ରତି ସମ୍ମାନ ରହିବା ଦରକାର। ମିଡିଆ ସ୍କୃଟିନି ଓ ପବ୍ଲିକ ଡିସକ୍ଲୋଜରର ମହତ୍ତ୍ୱ ରହିଛି। ଯେହେତୁ କୋର୍ଟ ଖୋଲା ଓ ପବ୍ଲିକ ସଂସ୍ଥା। ସେଥିଲାଗି ସାଧାରଣରେ ଉପଲବ୍ଧି, ବିତର୍କ ଓ ସକରାତ୍ମକ ସମାଲୋଚନାକୁ ସାମ୍ନା କରିବା ଜରୁରୀ। ପ୍ରତି ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଜନତା ଓ ପ୍ରେସରେ ଭରପୁର ବିତର୍କ ଜରୁରୀ। ଜଷ୍ଟିସ ଅଭୟ ଏସ ଓକା ଓ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏଭଳି କହିଛନ୍ତି। ଉଭୟ ପ୍ରେସ୍ ଓ ନ୍ୟାୟାଳୟ ଭାରତୀୟ ସାମ୍ୱିଧାନିକ ଫ୍ରେମଓ୍ୱାର୍କର ବଡ଼ ପିଲାର ଅଟେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now