ବହିରେ ଏବେ ବି ଲର୍ଡ ଶବ୍ଦ କାହିଁକି ରହୁଛି- ସୁଜିତ କୁମାର

ଲର୍ଡ ଶବ୍ଦ ବ୍ରିଟିଶ ଶାସନକୁ ମନେ ପକାଉଛି। ଏବେ ବି କାହିଁକି ଏହି ଶବ୍ଦ ଏନସିଆରଟି ପୁସ୍ତକ ଓ ଅଫିସିଆଲ ଦସ୍ତାବିଜ ଓ ୱେବସାଇଟରେ ରହୁଛି।  ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ଏଭଳି ମାଇଣ୍ଡସେଟ୍ ଯେମିତି ପୁରୁଣା ପ୍ରାକ୍ଟିସକୁ ପ୍ରତିଫଳିତ କରୁଛି। ସେଥିଲାଗି ଏହାକୁ ତୁରନ୍ତ ହଟାଇବାକୁ ଶୂନ୍ୟ କାଳରେ ଦାବି କରିଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର। ଏନସିଆରଟିର ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀର ଇତିହାସ ବହିରେ  ଲର୍ଡ କର୍ଜନ, ଲର୍ଡ ମାଉଣ୍ଟବେଟେନ, ଲର୍ଡ ଡାଲହାଉସି ଓ ଲର୍ଜ ଲେଫଟନଙ୍କ ନାଁ ରହିଛି। ସମାନ୍ତରାଳ ଭାବେ ସଂସ୍କୃତି ମନ୍ତ୍ରଣାଳୟ, ପ୍ରେସ ଇନଫର୍ମେସନ ବ୍ୟୁରୋ( ପିଆଇବି), ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ( ଏଏସଆଇ), ରାଜଭବନ, ବିହାରର ଲୋକଭବନର ଅଫିସିଆଲ ଓ୍ୱେବସାଇଟରେ ଏହି ବ୍ରିଟିଶ ଶାସକଙ୍କ ନାଁ ରହିଛି। ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ରରେ ଏହି ଲର୍ଡ ଶବ୍ଦ ଭଳି ପୁରୁଣା ପ୍ରଥା ଚାଲିବା ଉଚିତ୍ କି। ପ୍ରଧାନମନ୍ତ୍ରୀ ଯେତେବେଳେ ରାଜପଥକୁ ନାମକରଣ କରି କର୍ତ୍ତବ୍ୟପଥ କରିସାରିଲେଣି। ଏହା ଦେଶପ୍ରେମକୁ ଅଧିକ ସୂଚାଉଛି। ବ୍ରିଟିଶ ସାମ୍ରାଜ୍ୟରୁ ଆସି ଆମେ ସାମାଜିକ ପ୍ରତିବଦ୍ଧତାକୁ ଅଧିକ ପ୍ରାଥମିକତା ଦେଉଛୁ। ଦାସତ୍ୱ ପ୍ରଥା ଆଉ ରହିନି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *