ଥମୁନି ନିଟ୍‌ ବିବାଦ : ଏନଟିଏକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

Spread the love

ଥମୁନି ନିଟ୍‌ ପରୀକ୍ଷା ବିବାଦ। ଆଜି ପୁଣି ନିଟ୍ ମାମଲକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। NEET-UG ପରୀକ୍ଷାରେ ହୋଇଥିବା କାଗଜପତ୍ର ଲିକ୍ ଏବଂ ଅନିୟମିତତା ସମ୍ପର୍କିତ ପିଟିସନ ଉପରେ ଜବାବ ମାଗିଛନ୍ତି। ଯଦି କାହା ପକ୍ଷରୁ ଭୁଲ୍‌ ହୋଇଥାଏ, ତେବେ ଏହାକୁ ସୁଧାରିବା ଉଚିତ୍ ବୋଲି କୋର୍ଟ କଡା ଭାଷରେ କହିଛନ୍ତି। ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ଆମେ ସେମାନଙ୍କର କଠିନ ପରିଶ୍ରମକୁ ଭୁଲି ପାରିବୁ ନାହିଁ। ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଅଣଦେଖ କର ନାହିଁ। ଯଦି ପରୀକ୍ଷାରେ ପ୍ରକୃତରେ ହେରଫେର୍‌ ହୋଇଥାଏ ତେବେ ଏହାକୁ ସମୟ ପୂର୍ବରୁ ସୁଧାରନ୍ତୁ। ଦୁଇ ସପ୍ତାହ ମଧ୍ୟରେ ନିଜ ଜବାବ ଦାଖଲ କରିବାକୁ ଏନ୍‌ଟିଏକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

Leave a Reply

Your email address will not be published. Required fields are marked *