ଉଚ୍ଚ ଶିକ୍ଷା ସଂସ୍ଥାନ ଗୁଡିକରେ ଭିତିଭୂମି ପ୍ରକଳ୍ପ କାର୍ଯ୍ୟ ପ୍ରଗତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ୨୭ଟି ଉଚ୍ଚ ଶିକ୍ଷା ସଂସ୍ଥାନରେ ଚାଲିଥିବା ଭିତିଭୂମି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ଉଚ୍ଚ ଶିକ୍ଷା ସଂସ୍ଥାନ ମଧ୍ୟରେ ଆଇଆଇଟି, , ଆଇଆଇଏମ, ଟ୍ରିପଲ ଆଇଟି, ଆଇଜର ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡିକ ଅନ୍ୟତମ । ଏହି ବୈଠକରେ ଉଚ୍ଚ ଶିକ୍ଷା ବିଭାଗ ସଚିବ ସଂଜୟ ମୂର୍ତି, ଏହି ଉଚ୍ଚ ଶିକ୍ଷା ସଂସ୍ଥାନର ମୁଖ୍ୟ, କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ ଓଏନବିସିସିର ଅଧିକାରୀ ଓ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *