KoraputLatest Newsଓଡ଼ିଶା

ଶ୍ରେଣୀ ଗୃହରେ ପାଟି କରିବାରୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ପିଠିରେ ମୋଟା ମୋଟା ଚିହ୍ନ

ଶ୍ରେଣୀ ଗୃହରେ ପାଟି କରିବାରୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ । ସରକାରଙ୍କ ଦଣ୍ଡମୁକ୍ତ ବିଦ୍ୟାଳୟ ନିୟମ ଥାଇ ମଧ୍ୟ କୋରାପୁଟ ବୋରିଗୁମ୍ମା ବ୍ଲକର ଉପାନ୍ତ ବରଗାଁ ର ଜେଇଏଲସି ବିଦ୍ୟାଳୟର ଏ କରୁଣ ପରିଣତି ।
ଗତକାଲି ଉକ୍ତ ବିଦ୍ୟାଳୟର ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀରେ ପାଟି ତୁଣ୍ଡ କରିବାରୁ ବିଦ୍ୟାଳୟର ଶିକ୍ଷକ ଜ୍ୟତିଚନ୍ଦ୍ର ମହାନ୍ତି ଏକ ବାଡିରେ ସେମାନଙ୍କୁ ମାରିଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।
ଏହି ଘଟଣାରେ ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଗୋଷ୍ଠୀଶିକ୍ଷା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।
ସୂଚନା ଯୋଗ୍ୟ, ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ମୋଟ ୯୪ ପିଲା ପଢୁଥିବା ବେଳେ ସେମାନଙ୍କୁ ପଢାଇବା ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ଥିବାରୁ ଶିକ୍ଷକଙ୍କ ଅଭାବ ପୂରଣ ପାଇଁ ଦାବି କରିଛନ୍ତି ଅଭିଭାବକ ।

Related Articles

Leave a Reply

Your email address will not be published.

Back to top button