କିଙ୍ଗ ଖାନଙ୍କ ମେକଅପ ରୁମରେ ଦୁର୍ବୃତ୍ତ

() କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ମେକଅପ ରୁମରେ ୮ ଘଣ୍ଟା ଧରି ଲୁଚିଥିଲେ ଦୁର୍ବୃତ୍ତ। ଶାହାରୁଖଙ୍କ ମନତରେ ଗଲା ସପ୍ତାହରେ ଜୋର ଜବରଦସ୍ତି ପଶିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ଏ କଥା ପଦାକୁ ଆସିଛି। ଅଭିଯୁକ୍ତ ହେଲେ ସାହିଲ୍ ସଲିମ ଖାନ୍ ଓ ରାମ ସରିଫ୍ କୁଶଓ୍ୱାହା।

ଯେଉଁମାନେ ଗୁଜରାଟର ଭାରୁଚରୁ ପଠାନ ଷ୍ଟାର୍ ଶାହାରୁଖଙ୍କୁ ଭେଟିବାକୁ ଆସିଥିଲେ। ଯାହାଙ୍କୁ ସୁରକ୍ଷାକର୍ମୀ ଧରି ପୁଲିସର ଜିମା ଦେଇଥିଲେ। ମନ୍ନତର ତୃତୀୟ ମହଲାରେ ଥିବା ଏହି ଅଭିଯୁକ୍ତଙ୍କୁ ନିଜର ମେକଅପ ରୁମରେ ଦେଖି ଶାହାରୁଖ ବି ହଡ଼ବଡ଼େଇ ଯାଇଥିଲେ। କେବଳ ଶାହାରୁଖଙ୍କୁ ଭେଟିବାକୁ ଏହି ଦୁହେଁ ଭୋର୍ ୩ଟାରେ ପଶିଥିଲେ ଆଉ ତା ପର ଦିନ ସାଢ଼େ ୧୦ଟାରେ ସେମାନେ ଧରା ପଡ଼ିଥିଲେ।

ମନତର ମ୍ୟାନେଜର୍ କହିଥିଲେ, ସୁରକ୍ଷାକର୍ମୀ ତାଙ୍କୁ ଫେବୃଆରୀ ୨ତାରିଖ ଦିନ ୧୧ଟାରେ କଲ୍ କରି ଜଣାଇଥିଲେ ଏ କଥା। ହାଉସକିପିଂ ଷ୍ଟାଫ୍ ପ୍ରଥମେ ଏହି ଦୁଇଜଣଙ୍କୁ ଦେଖିଥିଲେ। ଉଭୟଙ୍କୁ ମେକଅପ ରୁମରୁ ଲବି ରୁମକୁ ନେଇଥିଲେ ହାଉସକିପିଂ ଷ୍ଟାଫ୍ ସତୀଶ। ଏହା ପରେ ମନ୍ନତର ସୁରକ୍ଷାକର୍ମୀ ଏମାନଙ୍କୁ ବାନ୍ଦ୍ରା ପୁଲିସର ଜିମା ଦେବା ସହ ଏତଲା ଦେଇଥିଲେ ମ୍ୟାନେଜର୍।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *