ପରମ ସୁନ୍ଦରୀର ରିଲିଜ ତାରିଖ ଘୋଷଣା

ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ ପରମ ସୁନ୍ଦରୀର ରିଲିଜ ତାରିଖ ଘୋଷଣା। ତେବେ ଫିଲ୍ମର ତାରିଖ ସହିତ ପ୍ରଥମ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର ହୋଇଥିବା ଦେଖିବାକୁ ମିଳିଛି। ପୁଣି ଥରେ ଏହି ଫିଲ୍ମ ବଡ ପରଦାକୁ ଫେରିବାକୁ ଯାଉଛି। ଏଥର ଫିଲ୍ମର କାହାଣୀ ଦୁଇଟି ଭିନ୍ନ ସ୍ଥାନ ଉପରେ ଆଧାରିତ। ଏଥିରେ  ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଯୋଡି ଦେଖିବାକୁ ପାଇବେ ଦର୍ଶକ। ତେବେ ଏହି ଫିଲ୍ମର ନାଁ ପରମ ସୁନ୍ଦରୀ ରଖାଯାଇଛି। ତେବେ ଏଥିରେ ସିଦ୍ଧାର୍ଥ ,ଜାହ୍ନବୀଙ୍କ ରୋମାନ୍ସ ପ୍ରଥମ ଥର ବଡ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ଏହି ଚଳଚ୍ଚିତ୍ରରେ ପରମ ଭୂମିକାରେ ସିଦ୍ଧାର୍ଥ ଅଭିନୟ କରିଥିବା ବେଳେ ସୁନ୍ଦରୀ ଭୂମିକାରେ ଜାହ୍ନବୀ ଅଭିନୟ କରିଛନ୍ତି।  ସିଦ୍ଧାର୍ଥ ନର୍ଥ ହୋଇଥିବା ବେଳେ ଜାହ୍ନବୀ ସାଉଥର ରୋଲରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଏହା ପୂର୍ବରୁ ଦର୍ଶକ ଟୁ -ଷ୍ଟେଟସରେ ଅର୍ଜୁନ କର୍ପୁର ଏବଂ ଆଲିଆ ଭଟ୍ଟଙ୍କୁ ଦେଖି ସାରିଛନ୍ତି। ପୁଣି ଥରେ ନର୍ଥ- ସାଉଥକୁ ନେଇ ଲଭ, ରୋମାନ୍ସ ଉପରେ ଆଧାରିତ କାହାଣୀକୁ ନେଇ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି ୨୦୨୫ ମସିହା ଜୁଲାଇ ମାସରେ। ଯାହାକୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *