ମନୋରଞ୍ଜନ

ହାତରେ ଏନ୍‌ଗେଜ୍‌ମେଣ୍ଟ ରିଙ୍ଗ ସହ ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ, ଜାଣନ୍ତୁ କାହାକୁ କରିବେ ମ୍ୟାରେଜ

ବଲିଉଡରେ ଚାଲିଛି ୱେଡିଙ୍ଗ୍ ସିଜିନ୍ । ଗୋଟିଏ ପରେ ଗୋଟିଏ ଯୋଡି ସିଙ୍ଗ୍‌ଲ ରୁ ହେଉଛନ୍ତି ମିଙ୍ଗଲ୍‌ । କ୍ୟାଟ୍ରିନା-ଭିକି, ରଣବୀର- ଆଲିଆ ପରେ ଏବେ ଚର୍ଚ୍ଚାରେ ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା। ସୋନାକ୍ଷୀ ନିଜର ସୋସିଆଲ ଆକାଉଣ୍ଟରେ କିଛି ଫଟୋ ସହ ଏକ ଖୁସି ଖବର ସେୟାର କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ମାନଙ୍କ ଗହଣରେ ଖୁସିର ମାହୋଲ ଖେଳିଯାଇଛି । ଓ ସୋନାକ୍ଷୀଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ସେହି ଗୁଡ୍ ନ୍ୟୁଜ୍‌ଟି ହେଉଛି ସୋନାକ୍ଷୀଙ୍କ ନିର୍ବନ୍ଧ । ଶତ୍ରୁଘ୍ମ ସିହ୍ନାଙ୍କ ଲାଡଲି ସୋନାକ୍ଷୀଙ୍କ ନିର୍ବନ୍ଧ ହୋଇସାରିଛି । ନିର୍ବନ୍ଧର ଫୋଟୋ ସେୟାର କରିଛନ୍ତି ଖୋଦ୍‌ ସୋନାକ୍ଷୀ । ସୋନାକ୍ଷୀ ଅଚାନକ ନିର୍ବନ୍ଧ କରି ଫ୍ୟାନ୍ସଙ୍କୁ  ଆଚମ୍ୱିତ କରିବା ସହ ଖୁସି ମଧ୍ୟ କରିଛନ୍ତି ।

ସୋନାକ୍ଷୀ ନିଜ ଇଷ୍ଟାଗ୍ରାମ ହାଣ୍ଡେଲରେ ୩ଟି ଭିନ୍ନ ଭିନ୍ନ ଅନ୍ଦାଜର ଫଟୋ ସେୟାର କରିଛନ୍ତି । ଫଟୋରେ ସୋନାକ୍ଷୀ ନିଜ ମଙ୍ଗେତରଙ୍କ ମୁହଁ ଦେଖାଇନାହାନ୍ତି । କିନ୍ତୁ ନିଜ ଏନ୍‌ଗେଜ୍‌ମେଣ୍ଟ ରିଙ୍ଗ ଓ ମଙ୍ଗେତରଙ୍କ ସହ ଭିନ୍ନ ଭିନ୍ନ ଅନ୍ଦାଜରେ ଫୋଟୋ ସେୟାର କରିଛନ୍ତି । ଗୋଟିଏ ଫୋଟୋରେ ନିଜ ମଙ୍ଗେତରଙ୍କ ହାତ ଧରି ଫୋଟୋ କ୍ଲିକ୍‌ କରିଥିବା ନଜର ଆସୁଥିବା ବେଳେ ଆଉ ଏକ ଫୋଟରେ ମଙ୍ଗେତରଙ୍କ କାନ୍ଧରେ ସୋଇ ଏକ ରୋମାଣ୍ଚିକ୍‌ ଅନ୍ଦାଜରେ ନିଜ ରିଙ୍ଗ ସହ ଫୋଟୋ ଉଠାଇଛନ୍ତି ସୋନାକ୍ଷୀ । ଆଉ ଏକ ଫୋଟୋରେ ନିଜ ମଙ୍ଗେତରଙ୍କ କାନ୍ଧ ଧରି ଏକ ଚାର୍ମିଙ୍ଗ୍‌ ଲୁକ୍‌ ଦେଇଛନ୍ତି ଦବଙ୍ଗ ଗର୍ଲ ।

ସୋନାକ୍ଷୀ ଫଟୋ ସେୟାର କରି ଏକ କ୍ୟାପସନ ବି ଲେଖିଛନ୍ତି ।’ମୋ ପାଇଁ ଏହା ବହୁତ ବଡ ଦିନ ।  ମୋର ସବୁଠୁ ବଡ ସ୍ୱପ୍ନ ମଧ୍ୟରୁ ଗୋଟିଏ ସ୍ୱପ୍ନ ସତ ହେବାକୁ ଯାଉଛି । ଏହି ସ୍ୱପ୍ନକୁ ଆପଣମାନଙ୍କ ସହ ସେୟାର ନକରି ରହି ପାରିବି ନାହିଁ ବୋଲି କ୍ୟାପସନରେ ମେନ୍‌ସନ୍‌ କରିଛନ୍ତି ସୋନାକ୍ଷୀ ।

ସୋନାକ୍ଷୀଙ୍କ ଏହି ଫୋଟୋ ସେୟାର ପରେ ତାଙ୍କ ମଙ୍ଗେତରଙ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ସସ୍‌ପେନ୍ସ ଭରିଯାଇଛି । କିଏ ସେହି ଲକି ବୟ ଯିଏ ଦବଙ୍ଗ ଗର୍ଲଙ୍କ ହାତ ଧରିବାକୁ ଯାଉଛନ୍ତି ସେ ବିଷୟରେ ଜାଣିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଭରି ଯାଇଛି । ତେବେ ସୋନାକ୍ଷୀ ନିଜ ମଙ୍ଗେତରଙ୍କ ନାଁ ରିଭିଲ କରି ନଥିଲେ ବି ତାଙ୍କ ନାଁ ସହିତ ନୋଟବୁକ୍‌ ର ଫ୍ରେମ୍‌ ଆକ୍ଟର ଜହିର ଇକବାଲ୍‌ଙ୍କ ନାଁ ବହୁ ପୂର୍ବରୁ ଯୋଡା ହୋଇଛି । ସୋନାକ୍ଷୀ ଓ ଜହିରଙ୍କ ଡେଟିଙ୍ଗ ଖବର ବହୁ ପୂର୍ବରୁ ଚର୍ଚ୍ଚାରେ ରହିଆସିଛି । ତେବେ ସୋନାକ୍ଷୀ ଜହିରଙ୍କ ସହ କି ଅନ୍ୟ କାହା ସହ ଏନ୍‌ଗେଜମେଣ୍ଟ କରିଛନ୍ତି ତାହା ଏବେବି ସସ୍‌ପେନ୍ସରେ । ତେବେ ଦେଖିବାକୁ ବାକି ରହିଲା ଶତ୍ରୁଘ୍ମ ସିହ୍ନାଙ୍କ ଲାଡଲି ତଥା ଦବଙ୍ଗ ଗର୍ଲ କେବେ ନିଜ ମଙ୍ଗେତରଙ୍କ ନାଁ ରିଭିଲ କରୁଛନ୍ତି ଓ କେବେ ସେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ।  

Related Articles

Leave a Reply

Your email address will not be published.

Back to top button