
ସିନେମା ଜଗତରୁ ଗୋଟିଏ ପରେ ଗୋଟିଏ ଦୁଖଦ ଖବର ସାମ୍ନାକୁ ଆସୁଛି। ନିକଟେରେ ଅନେକ ସେଲିବ୍ରେଟିଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସାଉଥ୍ ଇଣ୍ଡଷ୍ଟ୍ରିରୁ ଏକ ଦୁଖଦ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଟଲିଉଡର ଯୁବ ଆକ୍ଟର ସାରଥ ଚନ୍ଦ୍ରନ ୩୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତାଙ୍କର ମୃତ୍ୟୁ ଖବର ପାଇ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସହ କାମ କରୁଥିବା ଅଭିନେତା ଏବଂ ଫ୍ୟାନ୍ସମାନେ ସୋସିଆଲ ମିଡିରେ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ତାଙ୍କ ଫ୍ୟାନ୍ସମାନେ ଏପର୍ଯ୍ୟନ୍ତ ବିଶ୍ୱସ କରି ପାରୁନାହାନ୍ତି କି ସାରଥ ଚନ୍ଦ୍ରନ ଆଉ ତାଙ୍କ ଗ୍ରହଣରେ ନାହାନ୍ତି।
ସାରଥ ଚନ୍ଦ୍ରନଙ୍କ ଦେହାନ୍ତ ହୋଇଥିବା ନେଇ ଅଭିନେତା ଏଣ୍ଟୋନି ବର୍ଗିଜ ସୋସିଆଲ ମିଡିରେ ପୋଷ୍ଟ କରି ନିଶ୍ଚିତ କରିଛନ୍ତି। ସେ ତାଙ୍କ ଫିଲ୍ମ ‘ଅଙ୍ଗମାଲୀ ଡାଏରୀଜ’ ର ଫଟୋ ସହିତ ‘RIP ଭାଇ’ ଲେଖି ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ ଫ୍ୟାନ୍ସମାନେ ଦୁଃକ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି। ‘ଅଙ୍ଗମାଲୀ ଡାଏରୀଜ’ ଫିଲ୍ମରୁ ସାରଥ ବହୁ ମାନ୍ୟତା ପାଇଥିଲେ।
ସାରଥ ଚନ୍ଦ୍ରନ ଜଣେ ମାଲାୟାଲମ୍ ଭାଷାର ଅଭିନେତା ଥିଲେ। ତାଙ୍କର କୁଡେ, ଓରୁ ମେକ୍ସିକାନ୍ ଅପରାଥା, ଭଳି ଅନେକ ହିଟ୍ ଦେଇଛନ୍ତି। ସେ ସାଉଥ ଫିଲ୍ମରେ ଯୋଗଦେବା ପୂର୍ବରୁ ଏକ ଆଇଟି ଫର୍ମରେ କାମ କରୁଥିଲେ। ଏହା ସହିତ ସେ ଜଣେ ଡବିଂ କଳାକାର ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ। ତାଙ୍କର ପ୍ରଥମ ଫିଲ୍ମ ଅନିସ୍ୟାରୁ ସେ ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ