ଫିଲ୍ମ ‘ଦି କେରଳ ଷ୍ଟୋରୀ’ ବିଷୟରେ ଅଭିନେତା ନୱାଜୁଦ୍ଦିନଙ୍କ ବଡ ବୟାନ

ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରୀ’ ସଂପର୍କରେ ଲଗାତାର ଅଭିଯୋଗ ଏବଂ ପ୍ରତିବାଦ ଚାଲିଛି । ଏହି ସବୁ ବିବାଦରୁ ଫିଲ୍ମ ଉପକୃତ ହୋଇଛି । ସୁଦୀପ୍ତୋ ସେନ୍ ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଦୁଇ ଶହ କୋଟି ମାର୍କ ଅତିକ୍ରମ କରିସାଛି । ଏହା ପରେ ମଧ୍ୟ ଦେଶର କେତେକ ରାଜ୍ୟରେ ବିବାଦ ଲାଗି ରହିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ର ବିଷୟରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ‘ଦି କେରଳ ଷ୍ଟୋରୀ’ ବିବାଦକୁ ନେଇ ଏକ ଟୁଇଟ୍ ରେ ଲେଖିଛନ୍ତି ଯେ, ଆପଣ ଫିଲ୍ମ ସହ ସହମତ ହୁଅନ୍ତୁ ବା ନାହିଁ, ଏହା ପ୍ରଚାର ହେଉ କିମ୍ବା ନହେଉ, ଆପତ୍ତିଜନକ କି ନୁହେଁ, ସେହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା ଭୁଲ ଅଟେ । ଯେତେବେଳେ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏହି ଟୁଇଟ୍ ବିଷୟରେ ପଚରାଗଲା, ସେ ମଧ୍ୟ ଅନୁରାଗଙ୍କ ମତରେ ସହମତ ହୋଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, “ଯଦି କୌଣସି ଚଳଚ୍ଚିତ୍ର କିମ୍ବା ଉପନ୍ୟାସ କିଛି ଲୋକଙ୍କ ଭାବନାକୁ ଆଘାତ କରେ, ତେବେ ଏହା ଭୁଲ ଅଟେ । ଦର୍ଶକ କିମ୍ବା ସେମାନଙ୍କ ଭାବନାକୁ ଆଘାତ ଦେବା ପାଇଁ ଆମେ ଚଳଚ୍ଚିତ୍ର ନିର୍ମାଣ କରୁନାହୁଁ ଏବଂ ଯଦି ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା ଏବଂ ସାମାଜିକ ସୌହାର୍ଦ୍ଦ୍ୟ ଭାଙ୍ଗିବା ପାଇଁ ଚଳଚ୍ଚିତ୍ରର ଶକ୍ତି ଥାଏ, ତେବେ ଏହା ବହୁତ ଭୁଲ ଅଟେ । ଆମେ ଏହି ଜଗତକୁ ଏକଜୁଟ କରିବାକୁ ଚାହୁଁଛୁ, ଏହାକୁ ଅଲଗା କରିବାକି ନୁହେଁ । “
‘ଦି କେରଳ ଷ୍ଟୋରୀ’ ଚଳଚ୍ଚିତ୍ରଟି କେରଳର ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କୁ କିପରି ପ୍ରେମ ଏବଂ ପରେ କିପରି ଧର୍ମ ପରିବର୍ତ୍ତନ କରାଯାଉଛି ତାହାର କାହାଣୀ ବର୍ଣ୍ଣନା କରେ । ତା’ପରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ସେମାନଙ୍କ ନିଯୁକ୍ତିର କାହାଣୀ ଦର୍ଶାଯାଇଛି । ତେବେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କ ଭାବନା କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି । କେହି କେହି ଫିଲ୍ମରେ ଦେଖାଯାଇଥିବା ଜିନିଷ ଉପରେ ପ୍ରଶ୍ନ କରିଛନ୍ତି । ଏହି ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରୀ’ ରେ ଅଦା ଶର୍ମା, ସିଦ୍ଧ ଇଦାନୀ, ଯୋଗିତା ବିହାନୀ ଏବଂ ସୋନିଆ ବାଲାନି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।