Angulଓଡ଼ିଶାରାଜନୀତି

୫ଟି ସଚିବଙ୍କ ଗସ୍ତକୁ ନେଇ ତାଳଚେର ବିଜେପି ପକ୍ଷରୁ ଧାରଣା

ତାଳଚେର : ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ତାଳଚେର ଗସ୍ତକୁ ତାଳଚେର ବିଜେପି ପକ୍ଷରୁ ବିରୋଧ କରାଯାଇଛି । ତାଲଚେର ବିଜେପି କାର୍ଯ୍ୟକର୍ତା ମାନେ ଏହି ଗସ୍ତ କୁ କଳା ପୋଷାକ ପିନ୍ଧି ବିରୋଧ କରିବା ସହ ଧାରଣା ଦେଇଛନ୍ତି । ତାଳଚେର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ୫ ଟି ସଚିବ ଙ୍କ ଗସ୍ତ କୁ ନେଇ ବିଜେପି ପକ୍ଷରୁ ଏହି ଧାରଣା ଦିଆଯାଇଛି ।

ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ସଚିବ ଙ୍କ ସଭା ପାଇଁ ଶାସକ ଦଳ ର ନିର୍ବାଚିତ ପ୍ରତିନିଧି ଙ୍କ ଆଚରଣ କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ୫ ଟି ସଚିବ ଙ୍କ ଗସ୍ତ କୁ ଭେଳିକି ବୋଲି କହିଛନ୍ତି । ହିଙ୍ଗୁଳା ମନ୍ଦିର ଉନ୍ନତି କରଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କ୍ରମେ ଅର୍ଥ ପ୍ରଦାନ ସତ୍ୱେ କାର୍ଯ୍ୟକାରୀ ନ କରାଯିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ବିଜେପି ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଅର୍ଥ କୁ ବିନିଯୋଗ ରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟ ରେ ଏବେ ଗଣତନ୍ତ୍ର କୁ କରାଯାଉଛି ହତ୍ୟା । ।

Leave a Reply

Your email address will not be published.

Back to top button