ଫିଲ୍ମ୍ ‘ଆଦିପୁରୁଷ’ର ରୋଜଗାରରେ ହ୍ରାସ ପରେ ନିର୍ମାତାମାନେ କଲେ ଅଫର ଘୋଷଣା

Spread the love

ଷଷ୍ଠ ଦିନରେ ଫିଲ୍ମ ‘ଆଦିପୁରୁଷ’ର ରୋଜଗାର ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 500 କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ରୋଜଗାରରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଫିଲ୍ମର ନିର୍ମାତାମାନେ ଆୟ କମିବାରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତିରେ ନିର୍ମାତାମାନେ ଆସନ୍ତା ଦୁଇ ଦିନ ପାଇଁ 3D ଟିକେଟ୍ ମୂଲ୍ୟ ହ୍ରାସ କରିଛନ୍ତି ।

ଚଳଚ୍ଚିତ୍ରଟି ପ୍ରଥମ ତିନି ଦିନ ଭଲ ପ୍ରଦର୍ଶନ କୋରିଥିଲା ।  ଅନେକ ରେକର୍ଡ ଭାଙ୍ଗିଥିଲା, କିନ୍ତୁ ଚତୁର୍ଥ ଦିନରୁ ରୋଜଗାର ହ୍ରାସ ପାଇବାରେ ଲାଗିଥିଲା । ଏହି ଚଳଚ୍ଚିତ୍ରଟି ତୃତୀୟ ଦିନରେ 70 କୋଟି, ଚତୁର୍ଥ ଦିନରେ ମାତ୍ର 16 କୋଟି, ପଞ୍ଚମ ଦିନରେ 10 କୋଟି ଏବଂ ଷଷ୍ଠ ଦିନରେ ମାତ୍ର 7.5 କୋଟି ଟଙ୍କା ଆୟ କରିଛି । ବୁଧବାର ଦିନ ବକ୍ସ ଅଫିସରେ ରିଲିଜ୍ ହେବାର ଷଷ୍ଠ ଦିନରେ ମାତ୍ର 7.5 କୋଟି ସଂଗ୍ରହ କରିବାରେ ସଫଳ ହୋଇଥିଲା । ବୁଧବାର ଦିନ ପୁଣି ଥରେ ‘ଆଦିପୁରୁଷ’ର ରୋଜଗାରରେ ଏକ ବଡ଼ ହ୍ରାସ ଘଟିଛି । ଏହି ଚଳଚ୍ଚିତ୍ରଟି 250 କୋଟିର ସଂଗ୍ରହ ମାର୍କ ଅତିକ୍ରମ କରିଛି । ଆଜି ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ମୋଟ ରୋଜଗାର ହେଉଛି 255.30 କୋଟି ।

ଟି-ସିରିଜ୍ ଦ୍ୱାରା ଏକ ପୋଷ୍ଟ ମାଧ୍ୟମରେ, ‘ଆଦିପୁରୁଷ’ ପାଇଁ 3D ଟିକେଟ୍ ଜୁନ୍ 22 ଏବଂ ଜୁନ୍ 23 ରେ ମାତ୍ର 150 ଟଙ୍କାରେ ଉପଲବ୍ଧ ହେବ ବୋଲି କୁହାଯାଇଛି । କେବଳ ଏତିକି ନୁହେଁ ନିର୍ମାତାମାନେ ଫିଲ୍ମରେ ଅନେକ ବିବାଦୀୟ ସଂଳାପ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏସବୁ ସତ୍ତ୍ୱେ ଫିଲ୍ମଟି ୱିକେଣ୍ଡ ପର୍ଯ୍ୟନ୍ତ ତିଷ୍ଠି ପାରିଛି କି ନାହିଁ ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *