ଅକ୍ଷୟ କୁମାରଙ୍କ ବହୂ ଚର୍ଚ୍ଚିତ ଫିଲ୍ମ ‘ଓଏମଜି-୨’ର ଟିଜର ହେଲା ରିଲିଜ୍

Spread the love

ଅକ୍ଷୟ କୁମାରଙ୍କ ୨୦୧୨ରେ ରିଲିଜ୍ ହୋଇଥିବା ‘ଓହ ମାଇଁ ଗଡ୍’ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା। ପ୍ରଥମ ଭାଗରେ ଅଭିନେତା ଅକ୍ଷୟ କୁମାର ଶ୍ରୀକୃଷ୍ଣଙ୍କ ଚରିତ୍ରରେ ଅଭିନୟ କରିଥିଲେ, ବର୍ତ୍ତମାନ ଦ୍ୱିତୀୟ ଭାଗରେ ‘ଓଏମଜି-୨’ ରେ ଅକ୍ଷୟ କୁମାର ଭଗବାନ ଶଙ୍କରଙ୍କ ଅବତାରରେ ନଜର ଆସିବେ । ନିକଟରେ ଏହି ଚଳଚ୍ଚିତ୍ରର ଏକ ଦମଦାର ଟିଜର ସୋସିଆଲ ମିଡିଆରେ ରିଲିଜ ହୋଇଛି ।

ଚଳଚ୍ଚିତ୍ର ”ଓହ ମାଇଁ ଗଡ୍-୨’ ଜଣେ ତତ୍ତ୍ୱବାଦୀ ଏବଂ ନାସ୍ତିକଙ୍କ ମଧ୍ୟରେ ପାର୍ଥକ୍ୟ ଚିତ୍ରଣ କରିବ । ଟିଜରରେ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କର ଲମ୍ବା କେଶ, କପାଳରେ ପାଉଁଶ, ବେକରେ ରୁଦ୍ରକ୍ଷ ମାଳ ରହିଛି । ଇନଷ୍ଟାଗ୍ରାମରେ ଟିଜର ସେୟାର କରି ଅକ୍ଷୟ କୁମାର କ୍ୟାପସନ ଦେଇଛନ୍ତି, ‘ବିଶ୍ୱାସ ରଖ’।

ଓହ ମାଇଁ ଗଡ୍ ରେ ସୁପରଷ୍ଟାର ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ଅଭିନେତ୍ରୀ ୟାମି ଗୌତମ ମୁଖ୍ୟ ଭୂମିକାରେ ନଜର ଆସିବେ । ଅମିତ ରାୟ ଫିଲ୍ମର ସଂଳାପ ଏବଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ପରେଶ ରାୱଲ ପ୍ରଥମ ଭାଗରେ ଜଣେ ନାସ୍ତିକ କାଞ୍ଜିଲାଲ ମେହେତା ଭୂମିକାରେ ଅଭିନୟ କରିଥିଲେ । ତେବେ ଦ୍ୱିତୀୟ ଭାଗରେ ଆସ୍ତିକ କାନ୍ତିସରାଣ ମୁକ୍ତଲଙ୍କ କାହାଣୀ ପ୍ରଦର୍ଶିତ ହେବ। ଅକ୍ଷୟ କୁମାର ପ୍ରଭୁ ଶଙ୍କର ଭୂମିକାରେ ନଜର ଆସିଥିବାବେଳେ ପଙ୍କଜ ତ୍ରିପାଠୀ କାନ୍ତିସରାଣ ଭୂମିକାରେ ନଜର ଆସିବେ ।

ଏହି ସମୟରେ ଫିଲ୍ମ ‘ଓହ ମାଇଁ ଗଡ-୨’ ଅଗଷ୍ଟ ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ପୁରୁଣା ଅଂଶର ଷ୍ଟାରକାଷ୍ଟ ଦ୍ୱିତୀୟ ଭାଗରେ ମଧ୍ୟ ଦେଖାଯିବ। ଏହି ଚଳଚ୍ଚିତ୍ରରେ ରାମାନନ୍ଦ ସାଗରଙ୍କ ରାମାୟଣରୁ ଖ୍ୟାତି ଅର୍ଅଜନ କରିଥିବା ଅରୁଣ ଗୋବିଲ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମଟି ‘ଗଦର-୨’ ସହିତ ଅଗଷ୍ଟ ୧୧ ରେ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *